ନୂଆଦିଲ୍ଲୀ: ରିଲାଏନ୍‌ସ୍‌ ଜିଓଫୋନ୍‌ ସହ ମୁକାବିଲା କରିବାକୁ ନିର୍ମାତା ମାଇକ୍ରୋମ୍ୟାକ୍ସ୍‍ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ସହ ମିଶି ଲଞ୍ଚ୍‌ କରିବ ଭାରତ ଓ୍ଵାନ୍‌ ନାମକ ଏକ ଫୋର୍‌ଜି ଏଲ୍‌ଟିଇ ଫିଚର୍‌ ଫୋନ୍‌। ଜିଓଫୋନ୍‌ ସମକକ୍ଷ ଭାରତ ଓ୍ଵାନ୍‌ର ମୂଲ୍ୟ ରଖାଯାଇଛି ୨, ୨୦୦ ଟଙ୍କା। ଅକ୍ଟୋବର ୨୦ ତାରିଖରୁ ଏହା ସମଗ୍ର ଦେଶରେ ବିକ୍ରୟ କରାଯିବ। ଏହା ବ୍ୟତିରକେ, ମାସିକ ଅନ୍ୟୂନ ୯୯ ଟଙ୍କାରେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକମାନଙ୍କୁ ଯୋଗାଉଥିବା ଅସୀମିତ କଲିଙ୍ଗ୍‌ ଏବଂ ଅସୀମିତ ଡାଟା ମଧ୍ୟ ଏହି ସହବନ୍ଧିତା ଚାଲୁ ରଖିବ।

Advertisment

publive-image Photo Courtesy of DNA India

ଏ ଯାବତ୍‌ ଇଣ୍ଟର୍‌ନେଟ୍‌ ସଂଯୋଗ ପାଇ ନ ଥିବା ଭାରତର ୫୦୦ ନିୟୁତରୁ ଊର୍ଦ୍ଧ୍ୱ ଜନଗଣଙ୍କୁ ବିଏସ୍‌ଏନ୍‌ଏଲ୍‌ ସହ ମିଶି ମାଇକ୍ରୋମ୍ୟାକ୍ସ୍‍ ଭାରତ ଓ୍ଵାନ୍‌ ନାମକ ଏକ ଚମତ୍କାର ଫୋର୍‌ଜି ଫୋନ୍‌ ଯୋଗାଇ ଦେଉଛି।

ଦେଶର ଏକ ପ୍ରମୁଖ ସେବା ଯୋଗାରକାରୀ ମଧ୍ୟରୁ ଅନ୍ୟତମ ବିଏସ୍‌ଏନ୍‌ଏଲ୍‌ର ରହିଛି ଦେଶର କୋଣ ଅନୁକୋଣରେ ଛାଇ ହୋଇଥିବା ବିଶାଳ ନେଟ୍‌ଓ୍ଵାର୍କ। ଉଭୟ ମାଇକ୍ରୋମ୍ୟାକ୍ସ୍‍ ଏବଂ ବିଏସ୍‌ଏନ୍‌ଏଲ୍‌ ଇଣ୍ଟର୍‌ନେଟ୍‌ ସଂଯୋଗରୁ ବଞ୍ଚିତ ଜନଗଣଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ଭାରତ-ଓ୍ଵାନ୍‌ ଯୋଗେ ଆମେ ଏହି ଉଦ୍ୟମକୁ ଆଗେଇ ନେବୁ ବୋଲି ଭାରତ-ଓ୍ଵାନ୍‌ ଫିଚର୍‌ ଫୋନ୍‌ ପ୍ରସଙ୍ଗ ଘୋଷଣା କରି ମାଇକ୍ରୋମାକ୍ସ୍‍ର ସହ-ସଂସ୍ଥାପକ ରାହୁଳ ଶର୍ମା କହିଛନ୍ତି।

publive-image Photo Courtesy of Digit

ହାର୍ଡେଓ୍ଵର୍‌ ଦିଗରୁ ଦେଖିଲେ ଫୋର୍‌ଜି ଏଲ୍‌ଟିଇ (ଭୋଲ୍‌ଟିଇ-କ୍ୟାପାବ୍ଲ) ଭାରତ ଓ୍ଵାନ୍‌ ଫିଚର୍‌ ଫୋନ୍‌ରେ ରହିଛି ଗୋଟିଏ ୨. ୪ ଇଞ୍ଚ୍‌ କ୍ୟୁଭିଜିଏ ଡିସ୍‌ପ୍ଲେ, ୫୧୨ଏମ୍‌ବି ରାମ୍‌ ଏବଂ ଫୋର୍‌ଜିବି ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ ସହ ଗୋଟିଏ କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୨୦୫ ଏସ୍‌ଓସି। ଆହୁରି ମଧ୍ୟ ଏହାର ପଛରେ ରହିଛି ଟୁ-ମେଗାପିକ୍ସେଲ୍‌ କ୍ୟାମେରା ଏବଂ ସାମ୍ନାରେ ରହିଛି ଏକ ଭିଜିଏ କ୍ୟାମେରା। ଡୁଆଲ୍‌-ସିମ୍‌ ବିଶିଷ୍ଟ ଭାରତ ଓ୍ଵାନ୍‌ରେ ଲାଗିଛି ଏକ ୨୦୦୦ ଏଏଚ୍‌ ବ୍ୟାଟେରି।

ମାଇକ୍ରୋମାକ୍ସ୍‍ କହିଛି କି, ଭାରତ-ଓ୍ଵାନ୍‌ ଫିଚର୍‌ ଫୋନ୍‌ ୨୨ଟି ଭାରତୀୟ ଭାଷାକୁ ସମର୍ଥନ କରିବା ସହ ଜିଓଫୋନ୍‌ ପରି ବିଏସ୍‌ଏନ୍‌ଏଲ୍‌ ସିମ୍‌ କାର୍ଡ ବ୍ୟତୀତ ଅନ୍ୟ ସିମ୍‌କାର୍ଡ ମଧ୍ୟ ବ୍ୟବହାର କରାଯାଇ ପାରିବ। ଲାଇଭ୍‌ ଟିଭିଠାରୁ ଆରମ୍ଭ କରି ମ୍ୟୁଜିକ୍‌, ସିନେମାରୁ ଆରମ୍ଭ କରି ଭିଡିଓ ଯାଏଁ ଏଥିରେ ରହିବ ଗୁଡ଼ାଏ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଆପ୍‌। କ୍ୟାସ୍‌ଲେସ୍‌ ମୋବାଇଲ୍‌ ପେମେଣ୍ଟ୍‌ କାରବାର ସକାଶ ଏଥିରେ ମୂଳରୁ ରହିଛି ଭାରତ୍‌ ଇଣ୍ଟର୍‌ ଫେସ୍‌ ଫର୍‌ ମନି (ଭିମ୍‌) ଆପ୍‌।

publive-image Photo Courtesy of ET Telecom

୧୫୦ ନିୟୁତ ମୋବାଇଲ୍‌ ବ୍ୟବହାରକାରୀ ଯୋଗାଇ (ଏହି ସଂଖ୍ୟା ଆହୁରି ମଧ୍ୟ ବଢ଼ି ଚାଲିଛି।) ଭାରତର ସମୃଦ୍ଧି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦେଶୀୟ ସଂସ୍ଥାନ ମାଇକ୍ରୋମ୍ୟାକ୍ସ୍‍ ସହ ଭାଗୀଦାରି କରି ଆମେ ଗୌରବାନ୍ଵିତ। ଇଣ୍ଟର୍‌ନେଟ୍‌ ଏବଂ ତତ୍‌ସଂକ୍ରାନ୍ତ ସୂଚନାକୁ ସବା ଶେଷ ଗ୍ରାହକଙ୍କ ସହ ସଂଯୁକ୍ତ କରାଇବା ବିଏସ୍‌ଏନ୍‌ଏଲ୍‌ ଏବଂ ମାଇକ୍ରୋମ୍ୟାକ୍ସ୍‍ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କୌଶଳ। ଆମେ ନିଶ୍ଚିତ ଯେ ପୂର୍ବରୁ ଉପଲବ୍‌ଧି କରି ନ ଥିବା ଡାଟାର ଅନୁଭବ ଏବଂ ଫୋନ୍‌ କରିବାର ଅନୁଭୂତିକୁ ଭାରତ-ଓ୍ଵାନ୍‌ ନିୟୁତ ନିୟୁତ ଜନଗଣଙ୍କୁ ସାହାଯ୍ୟ କରିବ ବୋଲି ବିଏସ୍‌ଏନ୍‌ଏଲ୍‌ର ସିଏମ୍‌ଡି ଅନୁପମ ଶ୍ରୀବାସ୍ତବ କହିଛନ୍ତି।