ଡିସେମ୍ବର ୧ରୁ ମୋବାଇଲ କଲ ଦର ବଢିବା ନିଶ୍ଚିତ, ହସ୍ତକ୍ଷେପ କରିବେ ନାହିଁ ସରକାର

ନୂଆଦିଲ୍ଲୀ : ମୋବାଇଲ କଲ ତାରିଫର ଫ୍ଲୋର ପ୍ରାଇସ ବା ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣକୁ ନେଇ ଟେଲିକମ ବିଭାଗ ଓ ଟେଲିକମ ନିୟାମକ ଟ୍ରାଇ ମଧ୍ୟରେ କୌଣସି ସହମତି ହୋଇପାରିନାହିଁ । ଏହା ଫଳରେ ଆସନ୍ତା ଡିସେମ୍ବର ୧ରୁ ଦେଶରେ ମୋବାଇଲ କମ ମହଙ୍ଗା ହେବା ନିଶ୍ଚିତ ହୋଇଯାଇଛି ।
ଏ ସଂପର୍କରେ ଦୂରସଂଚାର ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଟ୍ରାଇ ସହିତ ହୋଇଥିବା ବୈଠକରେ ଫ୍ଲୋର ପ୍ରାଇସ ସଂପର୍କରେ କୌଣସି ଆଲୋଚନା ହୋଇନଥିଲା । ଟେଲିକମ କମ୍ପାନିମାନେ ଦର ବଢାଇବା ପୂର୍ବରୁ ଘୋଷଣା କରିସାରିଛନ୍ତି । ଏଥିରେ ଏବେ ହସ୍ତକ୍ଷେପ କରାଯିବ ନାହିଁ ।
ଗତ ସପ୍ତାହରେ ଦେଶର ପ୍ରାୟ ସମସ୍ତ ପ୍ରମୁଖ ଟେଲିକମ ଅପରେଟର ନିଜ ନିଜର କଲ ଦରବୃଦ୍ଧି କରିବା ବିଷୟରେ ଘୋଷଣା କରିଥିଲେ । ପ୍ରଥମେ ଭୋଡାଫୋନ-ଆଇଡିଆ ଓ ତାପରେ ଏୟାରଟେଲ ଦରବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଥିଲେ । ତା ପରେ ରିଲାଏନ୍ସ ଜିଓ ମଧ୍ୟ ଦର ବୃଦ୍ଧି କରିବ ବୋଲି ଘୋଷଣା କରିଥିଲା । ଶେଷରେ ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ବିଏସଏନଏଲ ମଧ୍ୟ ଦର ବୃଦ୍ଧି କରିବ ବୋଲି ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର