ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ନୂଆଦିଲ୍ଲୀ: ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କାର ଋଣ ଠକେଇ କରି ଦେଶ ଛାଡ଼ି ପଳାୟନ କରିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଏକ ସ୍ବତନ୍ତ୍ର ସିବିଆଇ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ସେ କରିଥିବା ୧୮୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ସିବିଆଇ କୋର୍ଟ ଜଣାଇଛନ୍ତି ଯେ ବନ୍ଦ ହୋଇଥିବା କିଙ୍ଗଫିସର ଏୟାରଲାଇନ୍ସର ମୁଖ୍ୟ ମାଲ୍ୟା ଜାଣିଶୁଣି ଋଣ ପରିଶୋଧ ନ କରିବାରୁ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କକୁ ୧୮୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଭାରତ ଛାଡ଼ି ପଳାଥିବା ମାଲ୍ୟା ଏବେ ବ୍ରିଟେନରେ ରହୁଛନ୍ତି। ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର