ଅନ୍‌ଲାଇନ୍‌ରେ ଇପିଏଫ୍‌ ଦାବି ଫର୍ମ ପଠାଇ ହେବ

ଭୁବନେଶ୍ୱର: କର୍ମଚାରୀ ଭବିଷ୍ୟନିଧି ସଂଗଠନର ସଦସ୍ୟମାନେ ଭବିଷ୍ୟନିଧି ପାଣ୍ଠି ଉଠାଣ ପାଇଁ ଅନ୍‌ଲାଇନ୍‌ରେ କ୍ଲେମ୍‌ ବା ଦାବି ଫର୍ମ ପଠାଇ ପାରିବେ। ଏହି ସୁବିଧା ପାଇବା ପାଇଁ ସଦସ୍ୟମାନଙ୍କୁ ସେମାନଙ୍କର ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର ଏବଂ ପ୍ୟାନ୍‌ ନମ୍ବରକୁ ୟୁଏଏନ୍‌ ସହିତ ସଂଯୋଗ କରିବାକୁ ହେବ। ଏହାପରେ ନିଯୁକ୍ତିଦାତାଙ୍କ ମଞ୍ଜୁରି ନେବାକୁ ପଡ଼ିବ। ଏ ସଂକ୍ରାନ୍ତ ଅଧିକ ସୂଚନା ସଦସ୍ୟମାନେ ଇପିଏଫ୍‌ର େଓ୍ଵବସାଇଟ୍‌ www.epfindia.gov.in ରୁ କିମ୍ବା ଭବିଷ୍ୟନିଧି କାର୍ଯ୍ୟାଳୟରୁ ପାଇପାରିବେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭବିଷ୍ୟନିଧି କମିସନରଙ୍କ ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।

ସମ୍ବନ୍ଧିତ ଖବର