ବଜାରରେ ଟେକ୍ନୋର ୫ଜି ସ୍ମାର୍ଟଫୋନ୍ କ୍ୟାମନ୍ ୧୯ ପ୍ରୋ

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପ୍ରିମିୟମ୍ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଟେକ୍ନୋ ମୋବାଇଲ୍ ପକ୍ଷରୁ  ବହୁ ପ୍ରତିକ୍ଷୀତ କ୍ୟାମନ୍ ୧୯ ପ୍ରୋ ୫ଜି ସ୍ମାର୍ଟଫୋନ ଉନ୍ମୋଚନ କରାଯାଇଛି । ଫେସନ୍ କାର୍ଯ୍ୟକ୍ରମ ‘ଏ ଷ୍ଟାଇଲିସ୍ ଆଫେୟାର’ ଅବସରରେ ଏହି ନୂଆ ମୋବାଇଲ୍ ହାଣ୍ଡସେଟର ଉନ୍ମୋଚନ ହୋଇଛି ।  କ୍ୟାମନ ୧୯ ପ୍ରୋ ୫ଜି ହେଉଛି ପ୍ରଯୁକ୍ତି ଓ ଷ୍ଟାଇଲର ଏକ ଉପଯୁକ୍ତ ସନ୍ତୁଳନ । ଟେକ୍ନୋ କ୍ୟାମନ୍ ୧୯ ପ୍ରୋ ୫ଜିରେ ରହିଛି ୬୪ ଏମ୍ପି କ୍ୟାମେରା ସହ ଶିଳ୍ପର ପ୍ରଥମ ଆରଜିବିଡବ୍ଲୁ+(ଜି+ପି) ଲେନ୍ସ, ଡାଇମେନ୍ସିଟି ୮୧୦ ଶକ୍ତିଶାଳୀ ୫ଜି ପ୍ରୋସେସର, ୬.୮ ଇଂଚ୍ ଏଫ୍ଏଚ୍ଡି+ ସ୍କ୍ରିନ୍, ୧୩ ଜିବି ରାମ୍, ୧୨୮ଟି ଷ୍ଟୋରେଜ୍, ୩୩ୱାଟ୍ ଫ୍ଲାସ୍ ଚାର୍ଜର, ୫୦୦୦ ଏମ୍ଏଏଚ୍ ବ୍ୟାଟେରି । ଏହା ଇକୋ ବଲାକ୍ ଓ ସେଡାର ଗ୍ରିନ୍ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ହେବ ।

ନୂଆ ଉତ୍ପାଦ ସମ୍ପର୍କରେ ଟେକ୍ନୋ ଇଣ୍ଡିଆର ସିଇଓ ଅରିଜିତ ତାଲପାତ୍ରା କହିଛନ୍ତି ଯେ, “ମଧ୍ୟମରୁ ଉଚ୍ଚ ମାନର (୧୫ ହଜାର ଟଙ୍କାରୁ କମ୍) ବର୍ଗରେ ୨୦୨୧ ପ୍ରଥମ ତ୍ରୈମାସିକ ତୁଳନାରେ ୨୦୨୨ ପ୍ରଥମ ତ୍ରୈମାସିକରେ ସର୍ବାଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି, ତେଣୁ ଏହି କ୍ଷେତ୍ର ହେଉଛି ଟେକ୍ନୋ କ୍ୟାମନ ସିରିଜ୍ ପାଇଁ ଅନ୍ୟତମ ଗୁରୁତ୍ୱର କ୍ଷେତ୍ର । ଏହା ବ୍ୟତୀତ, ଏକ ଫୋନ୍ କିଣିବା ପାଇଁ ବିଚାରକୁ ନିଆଯାଉଥିବା ସୁବିଧା ସୁଯୋଗ ଆଦିରେ କିଛି ବର୍ଷ ଭିତରେ ବଡ଼ ଧରଣର ପରିବର୍ତନ ହୋଇଛି ଏବଂ ବର୍ତମାନ କ୍ୟାମେରା, ମୋଟାମୋଟି ଭାବେ ଫୋନ୍ କିଭଳି ଦେଖାଯାଉଛି ଓ ଫୋନ୍ର ବ୍ୟକ୍ତିତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ ଅଧିକାଂଶ ଲୋକଙ୍କ ପାଇଁ ସୋସିଆଲ ମିଡିଆରେ ସେୟାରିଂ କରିବା ଓ କଣ୍ଟେଣ୍ଟ ତିଆରି କରିବା ଜୀବନ ଜିଇଁବାର ମାଧ୍ୟମ ପାଲଟିଛି ଓ ସେଥିପାଇଁ ସ୍ମାର୍ଟଫୋନ୍ କ୍ୟାମେରାକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ସେହି ସବୁ କିଛିକୁ ବିଚାରକୁ ନେଇ କ୍ୟାମନ ସିରିଜ୍ରେ ଆମ ଆକର୍ଷଣୀୟ ଉତ୍ପାଦର ବର୍ଗମାଳା ରହିଛି ଯାହା ଏହି ନୂଆ ପିଢ଼ିର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି । ପ୍ରତି କ୍ୟାମନ ଉତ୍ପାଦ ସହ ଆମେ ସୌନ୍ଦର୍ଯ୍ୟ ଓ ଷ୍ଟାଇଲର ସନ୍ତୁଳନକୁ ବଜାୟ ରଖିଥିବା ବେଳେ ଆମର ପ୍ରଯୁକ୍ତିରେ ଆହୁରି ଉନ୍ନତି ଆଣିବାକୁ ଉଦ୍ୟମ କରୁଛୁ ।’’

 

ସମ୍ବନ୍ଧିତ ଖବର