ସରକାରୀ ଚାକିରିଆ କହି ବାହା ହୋଇଥିବା ସ୍ବାମୀ ବାହାରିଲେ ବସ ଚାଳକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ସରକାରୀ ଚାକିରିଆ ଭାବି ଯେଉଁ ଯୁବକଙ୍କୁ ବାହା ହୋଇଥିଲେ ପରେ ଜଣାପଡ଼ିଲା ସେ ହେଉଛନ୍ତି ଜଣେ ଘରୋଇ ବସଚାଳକ। ଏନେଇ କନ୍ୟାଘର ଲୋକ ଯୁବକଙ୍କ ଘରଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଅଭିଯୋଗ କରିଥିବା ମହିଳାଙ୍କ କହିବାନୁସାରେ, ମୋର ଶାଶୁଘର ଲୋକ ଆମ ପରିବାରକୁ ଧୋକା ଦେଇଛନ୍ତି। ବିବାହ ପୂର୍ବରୁ ଶାଶୁଘର ଲୋକ କହିଥିଲେ ତାଙ୍କ ପୁଅ ହେଉଛନ୍ତି ଜଣେ ସରକାରୀ ଚାକିରିଆ। ଏଥିସହିତ ହରିୟାଣାରେ  ତାଙ୍କ ଘର, ଜମି ଆଦି ରହିଛି। ଏହାପରେ ପରିବାରଲୋକ ମୋର ବିବାହ ଉକ୍ତ ଯୁବକଙ୍କ ସହିତ କରାଇ ଦେଇଥିଲେ।

ବିବାହକୁ କିଛିଦିନ ଯାଇଥିବା ବେଳେ ମୁଁ ଶାଶୁଘର ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଲି କି ମୋ ସ୍ବାମୀ କୌଣସି ସରକାରୀ ଚାକିରି କରନ୍ତି ନାହିଁ। ବରଂ ସେ ଏକ ଘରୋଇ ବସର ଚାଳକ ରହିଛନ୍ତି। ମୁଁ ଶାଶୁଘରଲୋକଙ୍କୁ ଏ ବିଷୟରେ ଜଣାଇବାରୁ ସେମାନେ ମୋତେ ମାଡ଼ ମାରିବା ସହିତ ଯୌନ ନିର୍ଯାତନା ଦେବା ଆରମ୍ଭ କରି ଦେଇଥି‌ଲେ।

ଭାବିଲି ବିବାହ ତ ହୋଇ ସାରିଲିଣି ଆଉ କ’ଣ ଲାଭ। ଭାଗ୍ୟରେ ଯାହା ଲେଖା ତାହାକୁ ଆପଣାଇ ରହିବି। କିନ୍ତୁ ଦିନକୁ ଦିନ ଶାଶୁଘରଲୋକଙ୍କ ନିର୍ଯାତନା ବଢ଼ି ଚାଲିଥିଲା। ଏନେଇ ମୁଁ ମୋର ବାପଘର ଲୋକଙ୍କୁ ଜଣାଇଥିଲି। ସେମାନେ ପୁଲିସରେ ଅଭିଯୋଗ କରିବେ ବୋଲି କହିବାରୁ ମୋତେ ନିର୍ଯାତନା ଦବା ବନ୍ଦ କରି ଦେଇଥିଲେ। କିନ୍ତୁ ଏଇ କିଛିଦିନ ହେବ ସେମାନେ ମୋତେ ପୁଣି ମାଡ଼ ମାରିବା ଆରମ୍ଭ କରି ଦେଇଛନ୍ତି। ମୁଁ ଶାଶୁଘର ଲୋକଙ୍କ ଏ ନିର୍ଯାତନା ଆଉ ସହି ପାରିଲି ନାହିଁ। ତେଣୁ ବାଧ୍ୟ ହୋଇ ଅଭିଯୋଗ କରିବାକୁ ଥାନାକୁ ଆସିଛି।’

ପୁଲିସ ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି, ‘ପୀଡ଼ିତା ତାର ସ୍ବାମୀଙ୍କ ସମେତ ୭ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଯାହାକୁ ଆଧ‌ାର କରି ତଦନ୍ତ ଆରମ୍ଭ ହୋଇଛି।’

ସମ୍ବନ୍ଧିତ ଖବର