Daily Archives

June 22, 2024

ସହଦେବଖୁଣ୍ଟାରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ଵର:ବାଲେଶ୍ଵରରେ ଆସନ୍ତାକାଲିର କର୍ଫ୍ୟୁ ଗାଇଡ଼ଲାଇନ ଜାରି ହୋଇଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସେହିପରି ଟାଉନ ଥାନା ଅନ୍ତର୍ଗତ ଅଞ୍ଚଳ ସକାଳ ୫ଟାରୁ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ମୋବାଇଲ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଲେ ମୁଖ୍ୟମନ୍ତ୍ରୀ | ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ଅଧ୍ୟକ୍ଷମାନଙ୍କ ଯୋଗୁଁ ନିଗମଗୁଡ଼ିକର ପରିଚାଳନାରେ କୌଣସି…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ବାଂଲାଦେଶ: ପ୍ରଥମେ ବୋଲିଂ ନିଷ୍ପତ୍ତି

ଆଣ୍ଟିଗୁଆ: ଶନିବାର ଦକ୍ଷିଣ ଆଫ୍ରିକାର ନର୍ଥ ସାଉଣ୍ଡର ଆଣ୍ଟିଗୁଆସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ଟି-୨୦ ବିଶ୍ୱକପର ୪୭ତମ ମ୍ୟ‌ାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ସାନ୍ତୋ ଟସ୍ ଜିତି…
ଅଧିକ ଖବର ଦେଖନ୍ତୁ...

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା : ଝାଡ଼ଖଣ୍ଡରୁ ୬ ଜଣଙ୍କୁ ଗିରଫ କଲା ବିହାର ପୁଲିସ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ବିହାର ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଝାଡଖଣ୍ଡର ଦେଓଘର ଜିଲ୍ଲାରୁ ବିହାର ପୁଲିସ ୬ ଜଣଙ୍କୁ ବିହାର ଅଣାଯାଇଛି। ପୁଲିସର ସୂଚନା ଅନୁସାରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ରେ ଅନିୟମିତତା ଅଭିଯୋଗରେ ଝାଡ଼ଖଣ୍ଡର ଦେଓଘର…
ଅଧିକ ଖବର ଦେଖନ୍ତୁ...

ପଦୋନ୍ନତି ଚାହୁଁନୁ, ଆମର ୱାର୍କ ଫ୍ରମ୍ ହୋମ୍ ଆବଶ୍ୟକ: ଏହି କମ୍ପାନୀର କର୍ମଚାରୀମାନେ କଲେ ଦାବି…

ୱାଶିଂଟନ: କରୋନା ସମୟରେ, ଯେତେବେଳେ ଲକ୍ ଡାଉନ୍ ହୋଇଥିଲା ସେତେବେଳେ ଦୁନିଆର ପ୍ରାୟ ସମସ୍ତ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାର(ୱାର୍କ ଫ୍ରମ୍ ହୋମ୍) ସୁବିଧା ଦେଇଥିଲେ। କରୋନା ଅବଧି ପରେ ଘରୁ କାମର ସୁବିଧା ସମାପ୍ତ ହୋଇଥିଲା। କିନ୍ତୁ ସେତେବେଳକୁ କର୍ମଚାରୀମାନେ ୱାର୍କ…
ଅଧିକ ଖବର ଦେଖନ୍ତୁ...

ପ୍ରାକ-ବଜେଟ୍ ପରାମର୍ଶ ବୈଠକ: ସମ୍ବଲପୁରରେ ଏମ୍ସ-୨ ସହ ସୁଭଦ୍ରା ଯୋଜନା ପାଇଁ ଆର୍ଥିକ ସହାୟତା ମାଗିଲେ ରାଜ୍ୟ ଅର୍ଥ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଥିଲେ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

୩୬କୋଟିର ମାଲିକ ହେବା ସହ ବିଭିନ୍ନ ସହରରେ ରହିଛି ୧୧ଟି ଘର, ତଥାପି ଋଣରେ ବୁଡ଼ିଛନ୍ତି ଅଭିନେତା

ମୁମ୍ବାଇ: ୩୬କୋଟିର ମାଲିକ ହୋଇ ଋଣରେ ବୁଡିରହିଛନ୍ତି ଭୋଜପୁରୀ ସିନେମାଠାରୁ ଆରମ୍ଭ କରି ବଲିଉଡ ଏବଂ ସାଉଥ ଫିଲ୍ମରେ ନିଜର ଦୃଢ ଅଭିନୟ ଦକ୍ଷତା ପ୍ରମାଣ କରିଥିବା ଅଭିନେତା | ସେ କେବଳ ଜଣେ ଅଭିନେତା ନୁହଁନ୍ତି ବରଂ ଜଣେ ରାଜନେତା ମଧ୍ୟ | ୧୧ଟି ଘର ସହ ୩୬କୋଟିର ମାଲିକ ହୋଇଥିଲେ ବି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ନେଟ୍ ମାମଲା : ଜଣେ ସଂଦିଗ୍ଧକୁ ସିବିଆଇର ପଚରାଉଚୁରା

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍) ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଉତ୍ତରପ୍ରଦେଶର କୁଶୀନଗରରେ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଇନଷ୍ଟାଣ୍ଟ ମେସେଜିଂ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁଗାଁରେ ମାଓ ପୋଷ୍ଟରକୁ ନେଇ ସ୍ପଷ୍ଟ କଲେ ନକ୍ସଲ: ପାର୍ଟି ତରଫରୁ କୌଣସି ପୋଷ୍ଟର ଲାଗିନି

ମାଲକାନଗିରି: କୋରାପୁଟ ଜିଲ୍ଲାର ବନ୍ଧୁଗାଁଠାରେ ଲାଗିଥିବା ମାଓ ପୋଷ୍ଟରକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଥିବା ବେଳେ ଏହାକୁ ଆଜି ନକ୍ସଲ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ସଂଗଠନ କହିଛି କୌଣସି ପୋଷ୍ଟର କୋରାପୁଟ ଜିଲ୍ଲାରେ ଲାଗି ନାହିଁ।ବନ୍ଧୁଗାଁରେ ଲାଗିଥିବା ଏହି…
ଅଧିକ ଖବର ଦେଖନ୍ତୁ...

୨ ମହିଳାଙ୍କ ସହ ୪ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ନକ୍ସଲ ରହିଛନ୍ତି।ଜିଲ୍ଲା ଏସପି କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଶ୍ରୀ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ…
ଅଧିକ ଖବର ଦେଖନ୍ତୁ...