Daily Archives

June 30, 2024

ଅଙ୍ଗନବାଡ଼ି ଖାଦ୍ୟ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଂହା ପଞ୍ଚାୟତ ବେଲପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରୁ ଶିଶୁ, କିଶୋରୀମାନଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀର ଚୋଲାଚାଲଣ ହେଉଥିବା ବେଳେ ରବିବାର ଗ୍ରାମବାସୀ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଓ ବେପାରୀଙ୍କୁ ଧରିବା ଘଟଣା ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟାରେ ୟୁକ୍ରେନ ଆକ୍ରମଣର ପ୍ରତିଶୋଧ ନେଲା ରୁଷ୍, କ୍ଷେପଣାସ୍ତ୍ର ଆକ୍ରମଣରେ ୭ ମୃତ

କିବ: ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଡ୍ରୋନ ଆକ୍ରମଣର ପ୍ରତିଶୋଧ ମାତ୍ର ୨୪ ଘଣ୍ଟା ମଧ୍ୟରେ ନେଇଛି ରୁଷିଆ। ଦକ୍ଷିଣ ୟୁକ୍ରେନର ଏକ ସହରରେ ରୁଷସେନାର ଏୟାର ଷ୍ଟ୍ରାଇକରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ରୁଷ୍  କ୍ଷେପଣାସ୍ତ୍ର ମାଧ୍ୟମରେ ଏହି ଆକ୍ରମଣ କରିଥିଲା। ୟୁକ୍ରେନର ଅଧିକାରୀଙ୍କ କହିବା…
ଅଧିକ ଖବର ଦେଖନ୍ତୁ...

ସରକାରକୁ ୨ ବର୍ଷ ପୂରଣ ହେବା ପରେ ଏଭଳି ଲେଖିଲେ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାଯୁତି ସରକାର ଆଜି ଦୁଇ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହଯୋଗୀ ଦଳକୁ ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ ଦାବି କରିଛନ୍ତି ଯେ ଏହି ସମୟ ମଧ୍ୟରେ ତାଙ୍କ ସରକାର ଅନେକ…
ଅଧିକ ଖବର ଦେଖନ୍ତୁ...

ଭାରତ ଟି-୨୦ ବିଶ୍ବକପ ବିଜେତା ହେବାପରେ ୪୦ହଜାର ଫୁଟ ଉଚ୍ଚରେ ଖୁସିରେ ଝୁମିଲେ ଯାତ୍ରୀ

ନୂଆଦିଲ୍ଲୀ: ଭାରତ ଟି-୨୦ ବିଶ୍ବକପ ବିଜେତା ହେବାପରେ ଦଳର ସଦସ୍ୟଙ୍କୁ ଶୁଭେଚ୍ଛାର ଛୁଟି ଆସୁଛି। ସମଗ୍ର ଦେଶରେ ଏହି ବିଜୟର ଉତ୍ସବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଗତ ଶନିବାର ରାତିରେ ଲୋକେ ବାଣ ଫୁଟାଇବା ସହିତ ରାସ୍ତାରେ ଦଳଦଳ ହୋଇ ନାଚିଥିବା ଦେଖିବାକୁ ମିଳିଥିଲା। କିଛି ସମୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସନ୍ତାନ ଆପଣଙ୍କୁ କୌଣସି ଖୁସି ଖବର ଦେବେ। ରଚନାତ୍ମକ କାମ ପାଇଁ ଆପଣଙ୍କର ଖ୍ୟାତି ବଢ଼ିବ। ପରିବାରରେ ସଭିଏଁ ଖୁସି ରହିବେ। ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ‌ ବୃଷ: ଧର୍ମକାର୍ଯ୍ୟରେ ମନୋନିବେଶ କରିବେ। କେହି ଆପଣଙ୍କ କଥାରେ ପ୍ରଭାବିତ ହେବେ। ନିଜର ଖର୍ଚ୍ଚ ଉପରେ…
ଅଧିକ ଖବର ଦେଖନ୍ତୁ...

ଆକ୍ସନ ମୋଡ୍‌ରେ ଜିଲ୍ଲାପାଳ; ଡମ୍ବରୁଗଡ଼ ବାଲିଘାଟରେ ଚଢ଼ଉ କଲେ

ବୌଦ୍ଧ/ସାହାଜପାଲ: ବୌଦ୍ଧ ଜିଲ୍ଲା ଡମ୍ବରୁଗଡ଼ ମହାନଦୀ ଘାଟରୁ ରବିବାର ସନ୍ଧ୍ୟାରେ ବାଲି ଚୋରି ହେଉଥିବା ଖବର ପାଇ ଜିଲ୍ଲାପାଳ ଜେ. ସୋନାଲ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ବାଲିବୋଝେଇ ହୋଇଥିବା ୧୩ଟି ଟ୍ରାକ୍ଟରକୁ ଧରିଥିଲେ। ବାଉଁଶୁଣି ଥାନା ପୁଲିସ ଏସବୁ ଟ୍ରାକ୍ଟରକୁ ଥାନାକୁ ଆଣି ଅଟକ…
ଅଧିକ ଖବର ଦେଖନ୍ତୁ...

ବାହାଘର ବେଳେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ପାରିବାରିକ କଳହରୁ ହତ୍ୟା!

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡି ଅଧୀନ ବ୍ରାହ୍ମଣୀଜୋର ଗାଁରେ ଏକ ବାହାଘର ଚାଲିଥିବା ବେଳେ ଗଣ୍ଡଗୋଳ ଘଟିଛି। ଆକ୍ରମଣରେ ପରମ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଥି ସହ ଅନ୍ୟଜଣେ ଗୁରୁତର ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ…
ଅଧିକ ଖବର ଦେଖନ୍ତୁ...

କାର୍‌ ଧକ୍କାରେ ବାପ ପୁଅ ମୃତ, ଝିଅ ଗୁରୁତର

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ସିନାପାଲି-ଖଡ଼ିଆଳ ରାସ୍ତାର କାପସି ନିକଟରେ ରବିବାର ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଧକ୍କାରେ ବାପପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁସାରେ, ଚଚରାଭଟା ଗାଁର ଆତ୍ମାରାମ…
ଅଧିକ ଖବର ଦେଖନ୍ତୁ...

ମଥୁରା : ପାଣିଟାଙ୍କି ଭୁଶୁଡ଼ି ପଡ଼ିବାରୁ ୨ ମୃତ

ମଥୁରା: ମଥୁରାର କୃଷ୍ଣବିହାର ଅଞ୍ଚଳରେ ରବିବାର (ଜୁନ୍ ୩୦) ଏକ ପାଣି ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଏହି ପୂରା ଘଟଣା କୋତଓ୍ଵାଲି ଥାନା ଅନ୍ତର୍ଗତ କୃଷ୍ଣବିହାର ଅଞ୍ଚଳର।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ନିକଟ ପାତ୍ରପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ପାତ୍ରପଡ଼ା ରବିବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ୪ ଜଣ ଗୁରୁତର ଅଛନ୍ତି। ଗୁୁରତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ…
ଅଧିକ ଖବର ଦେଖନ୍ତୁ...