ନବଦମ୍ପତିଙ୍କୁ ୫ କିଲୋ ବିଲାତି ଉପହାର

ନୀଳଗିରି: ବିଲାତି ଦର ଆକାଶଛୁଆଁ। କିଛିଦିନ ତଳେ ଏହା କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୩୦ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି। ଏପରି ସମୟରେ ପ୍ରୀତିଭୋଜନ ଦିନ ନବଦମ୍ପତିଙ୍କୁ କିଛି ବନ୍ଧୁ ବିଲତି ଉପହାର ଦେଇଛନ୍ତି। ଘଟଣାଟି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ ଆରବନ୍ଧ ପଞ୍ଚାୟତ ଉପରଡ଼ିହା ଗ୍ରାମର। ଗତ ୯ ତାରିଖ ଦିନ ଗ୍ରାମର ଅନ୍ତର୍ଯ୍ୟାମୀ ଦନାକଙ୍କ ବଡ଼ପୁଅ ହୃଷିକେଶ ଦନାକ ବିବାହ କରିଥିଲେ। ଗତକାଲି ତାଙ୍କର ପ୍ରୀତିଭୋଜନ ଥିଲା।

ତେବେ ଭୋଜିକୁ ଆସିଥିବା ଅନ୍ତର୍ଯ୍ୟାମୀଙ୍କ କିଛି ବନ୍ଧୁ ନବଦମ୍ପତିଙ୍କୁ ବର୍ତ୍ତମାନ ବଜାରର ସବୁଠାରୁ ଦାମିକା ପରିବା ‘ବିଲାତି’ ୫ କିଲୋ ଉପହାର ଦେଇଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଦର ଅହେତୁକ ବଢ଼ିଥିବା ବେଳେ ବିଲାତି ଉପହାର ଦେବା ସରକାରୀ ବ୍ୟବସ୍ଥା ପ୍ରତି ଏକ ଉପହାସ ନିଶ୍ଚୟ।

ସମ୍ବନ୍ଧିତ ଖବର