ଏସ୍‌ସିବି ଆଇସିୟୁରେ ବାଜିବ ‘ସ୍ଲୋ ଭଲ୍ୟୁମ୍ ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ମ୍ୟୁଜିକ୍‌ ସିଷ୍ଟମ୍‌

କଟକ: କଟକ ବଡ଼ଡାକ୍ତରଖାନାରେ ମାସକ ମଧ୍ୟରେ ଆରମ୍ଭ ହେବ ନୂଆ ଯୋଜନା। ଆଇସିୟୁରେ ୨୪ଘଣ୍ଟା ବାଜିବ ‘ସ୍ଲୋ ଭଲ୍ୟୁମ୍ ଇନ୍‌ଷ୍ଟ୍ରୁମେଣ୍ଟାଲ ମ୍ୟୁଜିକ୍‌ ସିଷ୍ଟମ୍‌’ । ଅର୍ଥାତ୍‌ କମ୍‌ ସ୍ବରରେ ବାଦ୍ୟଯନ୍ତ୍ର ବା ମ୍ୟୁଜିକ୍‌ ବାଜିବ। କିନ୍ତୁ କୌଣସି ଭଜନ ବା ଗୀତ ବାଜିବ ନାହିଁ । ଯାହାକି ଗୁରୁତର ରୋଗୀଙ୍କ ପାଇଁ ଥେରାପି ଭଳି କାମ କରିବ। ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ବି ସହାୟକ ହୋଇପାରିବ ବୋଲି କହିଛନ୍ତି ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ । ଏଭଳି ବ୍ୟବସ୍ଥା ମାସକ ଭିତରେ ଏସ୍‌ସିବିରେ ଲାଗୁ କରାଯିବାକୁ ଯୋଜନା ରଖାଯାଇଛି।

ଟେଣ୍ଡର ମାଧ୍ୟମରେ ଘରୋଇ ସଂସ୍ଥା‌କୁ ଏହି ଦାୟିତ୍ବ ଦିଆଯିବ। ଏସ୍‌ସିବି ସ୍ବାସ୍ଥ୍ୟ ବିକାଶ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏସ୍‌ସିବିରେ ଥିବା ୨୧୦ ଟି ଆଇସିୟୁ ବେଡ୍‌ରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଅତି କମ୍‌ ସ୍ବରରେ ଏହା ବାଜିବ, ଯାହା ଚିକିତ୍ସା ବ୍ୟବସ୍ଥାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର