ହାତୀପଲର ତାଣ୍ଡବ: ଘର ଭାଙ୍ଗିଲେ, ଚାଉଳ ଖାଇଲେ

ରାଇସୁଆଁ: ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଣୀବେଡ଼ା ଗ୍ରାମର ଭାଲିଆଗୋଡ଼ା ସାହିରେ ୧୨ ଟିକିଆ ହାତୀପଲ ପଶି କାହ୍ନୁଚରଣ ମହାନ୍ତଙ୍କ ଦୁଇବଖରା ଖପର ଘର ଭା‌ଙ୍ଗି ଦେଇଛନ୍ତି। ବିଳମ୍ବିତ ରାତିରେ ହାତୀପଲ ଘରକାନ୍ଥ ଭାଙ୍ଗି ଧାନଚାଉଳ ଖାଇବା ସହ କଂସାବାସନ, ଆସବାବପତ୍ର ଓ ସାଇକଲ ଆଦି ଭାଙ୍ଗି ନଷ୍ଟ କରିଛନ୍ତି।

କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର