ଯୁବକଙ୍କ ମାଡ଼ରେ ସବୁଜବାହିନୀ କର୍ମଚାରୀ ଆହତ

ନୀଳଗିରି: କୁଲଡ଼ିହା ଅଭୟାରଣ୍ୟ ଖମକୁଟ ଅଞ୍ଚଳରେ ଜଣେ ଯୁବକଙ୍କ ମାଡ଼ରେ ସନ୍ତରାଗଡିଆ ବିଟ୍‌ର ସବୁଜ ବାହିନୀ କର୍ମଚାରୀ ବୁଦ୍ଧିରାମ ସିଂ ଗୁରୁତର ଆହତ ହୋଇଛନ୍ତି। ଜଙ୍ଗଲରେ ଲୁଚାଇଥିବା ବନ୍ଧୁକ ଓ ହାତୀଦାନ୍ତ କୁଆଡେ ଗଲା ବୋଲି ପ୍ରଶ୍ନ କରି ବୁଦ୍ଧିରାମଙ୍କୁ ଆକ୍ରମଣ ହୋଇଥିବା ଈଶ୍ୱରପୁର ଫାଣ୍ଡିରେ ଅଭିଯୋଗ ହୋଇଛି।

ସନ୍ତରାଗଡ଼ିଆ ବିଟ୍‌ରେ କାର୍ଯ୍ୟରତ ବୁଦ୍ଧିରାମ ଡ୍ୟୁଟି ସାରି ନିଜ ଘରକୁ ଫେରୁଥିବା ବେଳେ ଖମକୁଟ ଅଞ୍ଚଳର ବସନ୍ତ ସିଂ ତାଙ୍କୁ ବାଟରେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ବନ୍ଧୁକ ଓ ହାତୀଦାନ୍ତ କୁଆଡ଼େ ଗଲା ବୋଲି ପ୍ରଶ୍ନ କରି ମାଡ଼ ମଧ୍ୟ ମାରିଥିଲେ। ବୁଦ୍ଧିରାମ ଚିତ୍କାର କରିବାରୁ ବସନ୍ତ ସେଠାରୁ ଦୌଡ଼ି ପଳାଇଥିବା ବେଳେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର