ଘର ଭାଙ୍ଗିଲେ ହାତୀପଲ

ତେଲକୋଇ: ତେଲକୋଇ ରେଞ୍ଜ ଅନ୍ତର୍ଗତ ହାଟପଦାରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି କ୍ଷୟକ୍ଷତି କରିଛନ୍ତି। ଆମ୍ବଗଛ ଓ ଘର ଭାଙ୍ଗି ଧାନଚାଉଳ ଖାଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ହାତୀପଲ ହାଟତୋଟାସ୍ଥିତ ନିମାଇଁ ପ୍ରଧାନଙ୍କ ଆମ୍ବ ବଗିଚାରେ ପଶିଥିଲେ। ସେଠାରେ ଥିବା ଘରର କବାଟ ଭାଙ୍ଗି ଚାଉଳ ବସ୍ତା ଟାଣି ଆଣି ଖାଇଥିଲେ। ବାଡ଼ିରେ ଥିବା ଆମ୍ବଗଛ ଭାଙ୍ଗି ନଷ୍ଟ କରିଛନ୍ତି। କଦଳୀ ଓ ନଡ଼ିଆ ଗଛ ମଧ୍ୟ ନଷ୍ଟ କରିଛନ୍ତି। ଛାତଘର ପଛପଟେ ଥିବା ଆଜବେଷ୍ଟସ ଘରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ହାତୀପଲ।

ଏଣେ ଘରର କାନ୍ଥ ପଡ଼ି ୪ଟି କୁକୁଡ଼ା ପ୍ରାଣ ହରାଇଛନ୍ତି। ବନ ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର