ସୁନ୍ଦରଗଡ଼: ଇବ୍‌ ନଦୀରେ ବୁଡି ଜଣେ ମୃତ

ସୁନ୍ଦରଗଡ଼: ଟାଉନ ଥାନା ଅନ୍ତର୍ଗତ ଇବ୍‌ ନଦୀରେ ବୁଡ଼ି ରବିବାର ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଇବ୍‌ ବ୍ରିଜ ନିକଟରେ ଥିବା ଘାଟରୁ ପୁଲିସ ମୃତ ଦେହକୁ ଉଦ୍ଧାର କରିଛି। ନଦୀକୁ ଗାଧୋଇବାକ ଯାଇଥିବା ଲୋକ ପ୍ରଥମେ ମୃତ ଦେହକୁ ଦେଖିଥିଲେ। ପରେ ସେମାନେ ଏ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ନ ଥିବା ବେଳେ, ସେ ନିଟକସ୍ଥ ଗ୍ରାମର ବ୍ୟକ୍ତି ହୋଇ ଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ସନ୍ଦେହ ପରେ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର