ଭଙ୍ଗା କୁଡ଼ିଆରେ ବିଧବା ସୁମତୀ

ଚନ୍ଦନେଶ୍ୱର: ଭୋଗରାଇ ବ୍ଲକ୍‌ ହୁଗୁଳି ପଞ୍ଚାୟତ ବିନ୍ଧାପଦ୍ମପୁର ଗ୍ରାମର ସନାତନ ଗଙ୍ଗାଇଙ୍କ ବିଧବା ଝିଅ ସୁମତୀ ଦୀର୍ଘଦିନ ଧରି ବହୁ କଷ୍ଟରେ କାଳତିପାତ କରୁଛନ୍ତି। ସ୍ବାମୀ ଚାଲିଯିବା ପରେ ସେ ବେସାହାରା ହୋଇପଡ଼ିଛନ୍ତି। ଏପରିକି ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ନଥିବା ବେଳେ ଭଙ୍ଗା କୁଡ଼ିଆରେ ନିଜ ୭ ବର୍ଷର ଝିଅକୁ ଧରି ରହୁଛନ୍ତି ସୁମତୀ। ବର୍ଷା ହେଲେ ଚାଳରୁ ପାଣି ଗଳୁଥିବାରୁ ପରଦୁଆରେ ମୁଣ୍ଡ ଗୁଞ୍ଜିଥାନ୍ତି ମାଆଝିଅ।

ମହିଳାଙ୍କ ପାଇଁ ସରକାରଙ୍କର ମାଳମାଳ ଯୋଜନା ରହିଥିଲେ ମଧ୍ୟ ବିଧବା ସୁମତୀ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛନ୍ତି। ଏନେଇ ସୁମତୀ ଭୋଗରାଇ ବିଡିଓଙ୍କୁ ଭେଟି ଆବାସ ଯୋଜନାରେ ଘରଖଣ୍ଡେ ପାଇଁ ଗୁହାରୀ କରିଥିବା ବେଳେ ତାଙ୍କୁ ତୁରନ୍ତ ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର