ସେଦିନ ରାତିରେ ଦୁବାଇ ହୋଟେଲରେ ଶ୍ରୀଦେବୀଙ୍କ ସହିତ ଏପରି ଘଟିଥିଲା: ବୋନି

ମୁମ୍ବାଇ: ବଲିଡଡ୍‌ ସୁପରଷ୍ଟାର ଅଭନେତ୍ରୀ ଶ୍ରୀଦେବୀଙ୍କ ୫୪ବର୍ଷ ବୟସରେ ଏଭଳି ଅଚାନକ ମୃତ୍ୟୁ ସିନେଜଗତକୁ ସ୍ତବ୍ଧ କରି ଦେଇଥିଲା। ପ୍ରଥମେ ଶ୍ରୀଦେବୀଙ୍କ ମୃତ୍ୟୁ ହୃଦଘାତରେ ହୋଇଛି ବୋଲି କୁହାଯାଉଥିବା ବେଳେ ଶରୀର ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କର ମୃତ୍ୟୁ ହୃଦ୍‌ଘାତ ନୁହେଁ ବରଂ ଦୁର୍ଘଟଣାବଶତଃ ପାଣିରେ ବୁଡ଼ିଯିବା ହେତୁ ହୋଇଛି (ଡିୟୁ ଟୁ ଏକ୍ସିଡେଣ୍ଟାଲ୍‌ ଡ୍ରାଉନିଂ)ବୋଲି ଜଣାପଡ଼ିଥିଲା। ଶ୍ରୀଦେବୀଙ୍କ ରକ୍ତରେ ଆଲକହଲ ଭାଗ ବି ଥିଲା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।

ତେବେ ସେଦିନ ରାତି କଥା ମନେ ପକାଇ ସ୍ୱାମୀ ବୋନି କପୁର ନିଜର ପୁରୁଣା ସାଙ୍ଗ ତଥା କ୍ରିକେଟ କୋମଲ ନହାଟାଙ୍କୁ କହିଛନ୍ତି ସେ କିଭଳି ଭାବେ ଶ୍ରୀଦେବୀଙ୍କୁ ସରପ୍ରାଇଜ ଦେବା ପାଇଁ ଦୁବାଇ ଯିବା ପାଇଁ ଯୋଜନା କରିଥିଲେ। କୋମଲ ନହାଟା ଏହି ସମ୍ପର୍କରେ ନିଜ ବ୍ଲଗ୍‌ରେ ବିସ୍ତତ ଭାବେ ଆଲୋଚନା କରିଛନ୍ତି।

କୋମଲ ଲେଖିଛନ୍ତି, ବୋନି କପୁରଙ୍କ ଭଣଜା ମୋହିତ ମାରବାହଙ୍କ ବିବାହ ଉତ୍ସବରେ ଯୋଗ ଦେବା ପରେ ଶ୍ରୀଦେବୀ ଦୁଇଦିନ ଦୁବାଇରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ତାଙ୍କୁ ତାଙ୍କ ଝିଅ ଜାହ୍ଵବୀ ପାଇଁ ମାର୍କେଟିଂ କରିବାର ଥିଲା। ସେ ଜାହ୍ଵବୀଙ୍କ ମାର୍କେଟିଂ ଲିଷ୍ଟକୁ ନିଜ ମୋବାଇଲରେ ସେଭ୍‌ କରିଦେଇଥିଲେ। ଫେବ୍ରୁଆରି ୨୧ରେ ସେ ମାର୍କେଟିଂ କରିବାର ଯୋଜନା ରଖିଥିଲେ କିନ୍ତୁ ଶ୍ରୀବେଦୀ ନିଜ ଫୋନ୍‌କୁ ୨୦ତାରିଖ ଦିନ ଭଣାଜ ବିବାହ ଉତ୍ସବ ପରେ ହୋଟେଲରେ ଭୁଲରେ ଛାଡ଼ି ଦେଇ ଆସିଥିଲେ। ଏହି କାରଣରୁ ସେ ପୂରାଦିନ ହୋଟେଲରେ ବିଶ୍ରାମ କରିଥିଲେ। ଫେବ୍ରୁଆରି ୨୨ ତାରିଖ ଦିନ ନିଜର କିଛି ସାଙ୍ଗମାନଙ୍କ ସହ ଗପସପ କରିବା ପରେ ଭାରତ ଫେରିବାର ଯୋଜନାକୁ ପରିବର୍ତ୍ତନ କରି ଦେଇଥିଲେ।’

କୋମଲଙ୍କ କହିବାନୁସାରେ ବୋନି କହନ୍ତି, ‘ଫେବ୍ରୁଆରି ୨୪ରେ ମୁଁ ଶ୍ରୀଦେବୀଙ୍କ ସହ କଥା ହୋଇଥିଲି ସେ କହିଲେ ପାପା (ବୋନିକୁ ଶ୍ରୀଦେବୀ ଶ୍ରଦ୍ଧାରେ ଡାକୁଥିଲେ) ମୁଁ ତୁମକୁ ବହୁତ ମିସ୍‌ କରୁଛି। ମୁଁ ସେତେବେଳେ ଶ୍ରୀଦେବୀଙ୍କୁ କହିଥିଲି ସନ୍ଧ୍ୟାରେ ଦୁବାଇ ଯାଉଛି ବୋଲି। ଜାହ୍ଵବୀ ବି ମୋତେ ସପୋଟ କରିଥିଲେ କାରଣ ତାଙ୍କୁ ଭୟ ଥିଲା କି ଶ୍ରୀଦେବୀ ନିଜର ପାସ୍‌ପୋର୍ଟ ଓ ଆବଶ୍ୟକ କାଗଜ ପତ୍ର ହଜାଇ ନଦିଅନ୍ତୁ। ବ୍ଲଗରେ କୋମଲ ଲେଖିଛନ୍ତି, ବୋନି ସନ୍ଧ୍ୟା ୬.୨୦ରେ ଦୁବାଇ ହୋଟେଲରେ ପହଞ୍ଚି ଶ୍ରୀଦେବୀଙ୍କ ରୁମ୍‌ର ନକଲି ଚାବି ନେଇଥିଲେ। ଯେମିତି ହିଁ ବୋନି କବାଟ ଖୋଲି ଥିଲେ ଶ୍ରୀଦେବୀ ତାଙ୍କୁ ଆଲିଙ୍ଗନ କରି ପକାଇଥିଲେ। ଏହାପରେ ଅଧା ଘଣ୍ଟା ପର୍ଯ୍ୟନ୍ତ ଦୁହେଁ ବସି କଥାବାର୍ତ୍ତା ହୋଇଥିଲେ ଓ ଏକ ରୋମାଣ୍ଟିକ୍‌ ଡିନରରେ ଯିବାକୁ ସ୍ଥିର କରିଥିଲେ।’

ବୋନି ଆଗକୁ କହିଛନ୍ତି, ‘ମୁଁ ଲିଭିଂ ରୁମ୍‌ରୁ ଚାଲି ଆସିଲି, ଯେତେବେଳେ ଶ୍ରୀଦେବୀ ରେଡି ହେବାକୁ ବାଥରୁମ୍‌ ଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ମୁଁ ଟିଭିରେ କ୍ରିକେଟ ଦେଖୁଥିଲି। ପାଖାପାଖି ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ଟିଭି ଦେଖିବା ପରେ ଶ୍ରୀଦେବୀଙ୍କୁ ଡାକ ପକାଇଥିଲି। କିନ୍ତୁ କୌଣସି ଜାବାବ ମିଳି ନଥିଲା। ମୋତେ କିଛି ଠିକ୍‌ ଲାଗି ନଥିଲା ମୁଁ ବାଥରୁମ ଦ୍ୱାର ଖୋଲିଥିଲି, ଶ୍ରୀଦେବୀ ବାଥରୁମ୍‌ ଭିତରୁ ଲକ୍‌ କରି ନଥିଲେ। ମୁଁ ଦେଖିଲି ବାଥଟବ୍‌ରେ ପୂରା ପାଣି ଭରା ହୋଇଛି ଏବଂ ଶ୍ରୀଦେବୀ ମୁଣ୍ଡରୁ ନେଇ ପାଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପାଣି ଭିତରେ ବୁଡି ରହିଛନ୍ତି। ଶ୍ରୀଦେବୀଙ୍କୁ ପୁଣି ଡାକ ପକାଇଥିଲି ଏବଂ ହଲଚଲ କରିଥିଲି କିନ୍ତୁ ତାଙ୍କୁ କୌଣସି ଫରକ ପଡ଼ୁ ନଥିଲା। ଏହାପରେ ମୁଁ ହୋଟେଲ କର୍ମଚାରୀଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସକୁ ଖବର ଦେଇଥିଲି।’

ସମ୍ବନ୍ଧିତ ଖବର