ଏହି ଓଡ଼ିଆ ସିନେମା ପାଇଁ  ପ୍ରଥମେ କ୍ୟାମେରା ଫେସ୍‌ କରିଥିଲେ ବୁଦ୍ଧାଦିତ୍ୟ !

ଭୁବନେଶ୍ୱର: ଓଲିଉଡର ଜଣେ ଆଗଧାଡ଼ିର ନାୟକ ହେଲେ ବୁଦ୍ଧାଦିତ୍ୟ ମହାନ୍ତି । ସେ ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ରୁ ଆରମ୍ଭ କରି ‘ବାଏ ବାଏ ଦୁବାଇ’ଯାଏଁ ବେଶ କେତୋଟି ଓଡ଼ିଆ ଛବିରେ ଅଭିନୟ କରି ସାରିଲେଣି।। ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ   ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ ହେଲା ବୁଦ୍ଧାଦିତ୍ୟଙ୍କର ପ୍ରଥମେ ରିଲିଜ୍‌ ହୋଇଥିବା ସିନେମା।

କିନ୍ତୁ  ଆପଣ ଜାଣନ୍ତି କି ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ ପ୍ରଥମ ସିନେମା ଆଜି ବି ରିଲିଜ୍‌ ହୋଇ ନାହିଁ।  ହଁ ଏହି ଓଡ଼ିଆ ସିନେମା ପାଇଁ  ପ୍ରଥମେ କ୍ୟାମେରା ଫେସ୍‌ କରିଥିଲେ ବୁଦ୍ଧାଦିତ୍ୟ । ଏହି ସିନେମାର ଶୀର୍ଷକ ହେଲା-‘ଲଭ୍‌ଷ୍ଟୋରି’। ୨୦୦୫ ମସିହାରେ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହାର କାମ ଆରମ୍ଭ ହୋଇଥିଲା।‘ଲଭ୍‌ଷ୍ଟୋରି’ର ସଂଳାପ ଲେଖିଥିଲେ ପ୍ରଦୀପ୍ତ ନନ୍ଦ ଓ ସଂଗୀତ ନିର୍ଦ୍ଦେଶନାରେ ଥିଲେ ପ୍ରେମ୍‌ ଆନନ୍ଦ। ଏହାର ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ,ବିଜୟ ମଲ୍ଲ ଓ ଜୟପ୍ରକାଶ ମହାନ୍ତି।

‘ଲଭ୍‌ଷ୍ଟୋରି’ର ସ୍କ୍ରିପ୍ଟ କାମ ଶେଷ ହେବାପରେ ଗୀତ ରେକଡ଼ିଂ କରାଯାଇଥିଲା। ଏହାପରେ ପ୍ରଥମ ପର୍ଯ୍ୟାୟର ସୁଟିଂ ଆରମ୍ଭ ହୋଇଥିଲା ବିଶାଖାପାଟଣାରେ। ଏଥି ସହିତ ଏହି ପିଲ୍ମରେ ବୁଦ୍ଧାଦିତ୍ୟ ଓ ଲିପିଙ୍କ କିଛି ବୋଲ୍‌ଡ଼ ସିନ୍‌ ମଧ୍ୟ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା ସେତେବେଳେ। ତେବେ ଏହି ସିଡ଼୍ୟୁଲ୍‌ ସରିବା ପରେ ‘ଲଭ୍‌ ଷ୍ଟୋରି’ର କାମ ଅଟକି ରହିଥିଲା,ଯାହାକି ଏଯାବତ୍‌ କଂପ୍ଲିଟ୍‌  ହୋଇ ପାରିନାହିଁ। ତେବେ ସେ ତା’ ଆଗରୁ ହିନ୍ଦୀ ସିନେମା ‘ଜୟ ସନ୍ତୋଷୀ ମା’’ରେ ଅଭିନୟ କରି ସାରିଥିଲେ।

 

ସମ୍ବନ୍ଧିତ ଖବର