ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟକ-ନାୟିକା ଯୋଡ଼ି ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ବାହାଘରକୁ ଆଉ ଦିନ କେଉଟା ବାକି ଅଛି। ହେଲେ ଏହା ଭିତରେ ଏହି ବାହାଘରର ନାନା ଗୁମର ଖୋଲିବାରେ ଲାଗିଛି।ନିକଟରେ ଏହି ବାହାଘରରେ ଅତିଥିମାନଙ୍କ ପାଇଁ ବି ସର୍ତ୍ତ ରହିଛି। ଖାଲି ସେତିକି ନୁହେଁ କ୍ୟାଟର୍‌ (ରୋଷେଇ ପ୍ରସ୍ତୁତକାରୀ), ରୋଷେଇଆ ଓ ଓ୍ଵଟରମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିଛି।

Advertisment

ଶୁଣିବାକୁ ମିଳୁଛି ଯେ କ୍ୟାଟର୍‌ ଓ ସେଫ୍‌ମାନଙ୍କଠାରୁ ଏହି ବାହାଘରରେ ଏକ ବଣ୍ଡ୍‌ ଲେଖି ନିଆଯାଇଛି। ସେଥିରେ ଉଲ୍ଲେଖ ରହିଛି ରଣବୀର-ଦୀପିକାଙ୍କ ବାହାଘରରେ ସେମାନେ ଯେଉଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ତାହା ସେମାନେ ଅନ୍ୟ କୌଣସିଠାରେ ପ୍ରସ୍ତୁତ କରିବେ ନାହିଁ। ଅର୍ଥାତ୍‌ ସେହି ମେନ୍ୟୁ ସେମାନେ ଅନ୍ୟଠାରେ ବନାଇବେ ନାହିଁ। ଏଭଳି ଘଟଣା ଆଗରୁ କେବେ ବି ଘଟିନଥିଲା।

publive-image

ଠିକ୍‌ ସେହିପରି ଓ୍ଵଟରମାନଙ୍କୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଡ୍ରେସ୍‌କୋଡ୍‌ ଫଲୋ କରିବାକୁ ପଡ଼ିବ ବୋଲି କୁହାଯାଇଛି। ପୂର୍ବରୁ ଖବର ମିଳିଥିଲା ଯେ ଏହି ରାଜକୀୟ ବିବାହ ଉତ୍ସବରେ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ମଧ୍ୟ ଡ୍ରେସ କଲର୍‌କୋଡ୍‌ ରଖାଯିବ। ଏଥିରେ ଅତିଥି ହେବା ପାଇଁ କଲର-କୋର୍ଡିନେସନ୍‌ ଜରୁରୀ ବୋଲି କୁହାଯାଉଛି। ଏହି ବାହାଘରରେ ପରିବାରର କିଛି ଲୋକ କେବଳ ଉପସ୍ଥିତ ରହିବେ। ଏହାଛଡ଼ା ରଣବୀର-ଦୀପିକା ବି ଦୁଇଥର ବିବାହ କରିବେ।