ପୁରୁଣା ପ୍ରେମିକା ଅନୁଷ୍କାଙ୍କ ଆସିବା ଖବର ଶୁଣି ସୁଟିଂରୁ ଅଧଘଣ୍ଟା ବ୍ରେକ୍‌ ନେଇ ଗପ ଯୋଡ଼ି ବସିଲେ ରଣବୀର ସିଂହ

ମୁମ୍ବାଇ: ଆପଣଙ୍କୁ ତ ଜଣାଥିବ ନିଶ୍ଚୟ ଯେ ଅଭିନେତା ରଣବୀର ସିଂହ ତାଙ୍କର ଡେବ୍ୟୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ କରିଥିଲେ। ‘ବ୍ୟାଣ୍ଡ୍‌ ବାଜା ବାରତ’ ଚଳଚ୍ଚିତ୍ରରେ ଦୁହେଁ ଏକତ୍ର ନଜର ଆସିଥିଲେ। ସେ ସମୟରେ ସେ ଦୁହିଁଙ୍କ ମଧ୍ୟରେ ଆଫ୍ୟାୟାର୍‌ ଥିବା ବି ପ୍ରଶଂସକମାନେ ଅନୁମାନ ଲଗାଇଥିଲେ। ବହୁ ବର୍ଷ ପରେ ପୁଣି ଦେଖା ହୋଇଛନ୍ତି ରଣବୀର ଓ ଅନୁଷ୍କା।

ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ଅନୁଷ୍କା ନିଜର କିଛି କାମରେ ମେହବୁବା ଷ୍ଟୁଡିଓରେ ଯାଇ ପହଞ୍ଚିଥିଲେ। ଅଭିନେତା ରଣବୀର ପୂର୍ବରୁ ହିଁ ମେହବୁବୁା ଷ୍ଟୁଡିଓରେ ତାଙ୍କ ଚଳଚ୍ଚିତ୍ର ‘ସିବା’ ସୁଟିଂ ପାଇଁ ଉପସ୍ଥିତ ଥିଲେ। ଯେମିତି ତାଙ୍କୁ ଜଣାପଡ଼ିଲା ଯେ ମେହବୁବା ଷ୍ଟୁଡିଓକୁ ଅନୁଷ୍କା ଆସିଛନ୍ତି ସେ ନିଜର ସୁଟିଂ ଛାଡ଼ି ଅଧ ଘଣ୍ଟା ବ୍ରେକ୍‌ ନେଇ ଅନୁଷ୍କାଙ୍କ ପାଖରେ ପହଞ୍ଚିଗଲେ ଗପ କରିବା ପାଇଁ।

ସେଠାରେ ସେ ଦୁହେଁ ପ୍ରାୟ ଅଧ ଘଣ୍ଟା ଗପିବା ପରେ ଅନୁଷ୍କା ବିଦାୟ ନେଇଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅନୁଷ୍କା ଇଟାଲୀରେ ପ୍ରେମିକ ତଥା କ୍ରିକେଟ୍‌ ତାରକା ବିରାଟ କୋହଲିଙ୍କୁ ବିବାହ କରିଛନ୍ତି। ରଣବୀର ଚଳିତବର୍ଷ ଅଭିନେତ୍ରୀ ଦୀପିକାଙ୍କୁ ବିବାହ କରିପାରନ୍ତି ବୋଲି କଥା ଉଠିଛି।

ସମ୍ବନ୍ଧିତ ଖବର