ସଲମାନ ଖାନଙ୍କ ଅଙ୍ଗରକ୍ଷୀ ସେରାଙ୍କ ଦରମା କେତେ ଜାଣିଲେ ଆପଣ ଚମକି ପଡ଼ିବେ

ମୁମ୍ବାଇ: ବଲିଉଡ୍‌ର ମେରୁଦଣ୍ଡ ବୋଲି କୁହାଯାଉଥିବା ସଲମାନ୍‌ ଖାନ୍‌ ଯେତିକି ଲୋକପ୍ରିୟ ସେହିପରି ପରିଚିତ ତାଙ୍କ ଅଙ୍ଗରକ୍ଷୀ ସେରା। ଗତ ବର୍ଷ ଜଷ୍ଟିନ୍‌ ବାଇବର୍‌ ମୁମ୍ବାଇ ଆସିଥିବା ବେଳେ ସେରା ତାଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରି ମଧ୍ୟ ଏକ ଚର୍ଚ୍ଚିତ ଚେହେରା ପାଲଟିଥିଲେ। ସେରା ଗତ ୨୦ ବର୍ଷ ହେବ ସଲମାନଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଯେତେବେଳେ କେହି ଅନ୍ତର୍ଜାତୀୟ ସେଲିବ୍ରେଟି ଭାରତ ଆସନ୍ତି ସେତେବେଳେ ସେରା ତାଙ୍କର ଅଙ୍ଗରକ୍ଷୀ ପାଲଟି ଯାଆନ୍ତି। ଏହା କେବଳ ତାଙ୍କର ବିଶ୍ୱସନୀୟତା ଏବଂ ପ୍ରତିଷ୍ଠା ପାଇଁ ସମ୍ଭବ।

ସେରାଙ୍କର ପ୍ରକୃତ ନାମ ହେଉଛି ଗୁରମିତ୍‌ ସିଂହ। ତାଙ୍କର ଜନ୍ମ ଏକ ସିଖ୍‌ ପରିବାରରେ। ସେ ପିଲାଦିନରୁ ପଢ଼ାପଢ଼ି ପାଇଁ ବିଶେଷ ଆଗ୍ରହ ଦେଖାଉନଥିଲେ। ଅଧିକାଂଶ ସମୟ ବାପାଙ୍କ ଗ୍ୟାରେଜ୍‌ରେ କାମ କରି କାଟି ଦେଉଥିଲେ। ସେ ସଲ୍‌ମାନ ଖାନଙ୍କ ଅଙ୍ଗରକ୍ଷୀ ହେବା ପୂର୍ବରୁ ମିଷ୍ଟର୍‌ ମୁମ୍ବାଇ ଏବଂ ମିଷ୍ଟର୍‌ ମହାରାଷ୍ଟ୍ର ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଥିଲେ।

ଏବେ ସେ କୌଣସି ସେଲିବ୍ରେଟିଠାରୁ କମ୍‌ ନୁହଁନ୍ତି। ସେରାଙ୍କ ଦରମା ବିଷୟରେ ଜାଣିଳେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ସେରାଙ୍କ ମାସିକ ଦରମା ହେଉଛି ୧୫ ଲକ୍ଷ ଟଙ୍କା। ବର୍ଷକୁ ପ୍ରାୟ ତାଙ୍କର ଆୟ ୨ କୋଟି।

ସମ୍ବନ୍ଧିତ ଖବର