ରୋମାନ୍ସ ଓ ସସପେନ୍ସରେ ଭରପୁର ଏହି ଓଡ଼ିଆ ସିନେମା ଆସୁଛି ରଜରେ

ଭୁବନେଶ୍ବର: ରଜ ଏଥର ସିନେମା ସିଜିନ୍‌କୁ ଆହୁରି କ୍ରେଜି କରିବ। ନୂଆ ପୋଷାକ, ପିଠାପଣା, ରଜପାନ, କବାଡ଼ି ଓ ରଜଦୋଳି ସାଙ୍ଗକୁ ଏଥର ସିନେମା ଦେଖା ବି ପୂରାପୂରି ଜମିବ। ଏଥର ରଜରେ ରିଲିଜ୍‌ କରିବ ନବାଗତ ଆକ୍ସନ୍‌ ଓ ରେମାଣ୍ଟିକ୍‌ ଷ୍ଟାର୍‌ ଶ୍ରେୟାନ୍‌ ନାୟକ ସାଜିଥିବା ନୂଆ ଓଡ଼ିଆ ସିନେମା ‘ସେଲ୍‌ଫିସ୍‌ ଦିଲ୍‌’।

ଏଥିରେ ଶ୍ରେୟାନ୍‌ଙ୍କ ବିପକ୍ଷର ନାୟିକା ସାଜିଛନ୍ତି ସୂର୍ଯ୍ୟମୟୀ। ପଞ୍ଚବଟୀ ସିନେ କ୍ରିଏସନ୍‌ ବ୍ୟାନର୍‌ ନିବେଦିତ ‘ସେଲ୍‌ଫିସ୍‌ ଦିଲ୍‌’ ଜୁନ୍‌ ୧୩ରେ ମୁକ୍ତିଲାଭ କରିବ। ପ୍ରେମ ଓ ପାରିବାରିକ ଚଳଚ୍ଚିତ୍ର ନିର୍ମାଣରେ ଓସ୍ତାଦ ବସନ୍ତ ସାହୁ ଏଥର ଏକ ଭିନ୍ନ ପ୍ରକାର ଷ୍ଟ୍ରାଟେଜି ଆପଣେଇଛନ୍ତି। ଖାସ୍‌ କରି ସବୁ ବର୍ଗକୁ ସୁହାଇଲା ଭଳି ଏକ କାହାଣୀକୁ ଚଳଚ୍ଚିତ୍ରରେ ରୂପାନ୍ତରିତ କରିଛନ୍ତି। ଏଥିରେ ପ୍ରେମ ଅଛି, ପାରିବାରିକ ଆବେଗ ବି ଭରି ରହିଛି। ରୋମାନ୍ସ ଓ ସସପେନ୍ସ ମଧ୍ୟ ରହିଛି। ଆକ୍ସନ ଅଛି, ଇମୋସନ ବି ଅଛି। ଚଳଚ୍ଚିତ୍ରରେ ଥିବା ଗୀତଗୁଡ଼ିକ ବେଶ୍‌ ମନଛୁଆଁ ହୋଇଛି।

ସମ୍ବନ୍ଧିତ ଖବର