ଏହି କାରଣରୁ ଶାହରୁଖଙ୍କ ଲୋକପ୍ରିୟତାକୁ ପସନ୍ଦ କରୁନଥିଲେ ଝିଅ ସୁହାନା

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଖୁବଶୀଘ୍ର ଅଭିନୟ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ଆଜି ତାଙ୍କ ଜନ୍ମଦିନ ଥିବା ବେ‌ଳେ ସେ ୨୩ବର୍ଷରେ ପାଦ ଥାପିଛନ୍ତି। ସୁହାନା ଚଳିତ ବର୍ଷ ଜୋୟା ଅଖତରଙ୍କ ୱେବ୍ ସିରିଜ୍ ‘ଦି ଆର୍କିଜ୍’ ସହିତ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି। ଏବେ ଲାଇମଲାଇଟ‌ରେ ରହିବାକୁ ପସନ୍ଦ କରୁଥିବା ସୁହାନା ଦିନେ ବାପାଙ୍କ ଲୋକପ୍ରିୟତାକୁ ପସନ୍ଦ କରୁନଥିଲେ ବୋଲି ଜଣାପଡ଼ିିଛି। ଏବିଷୟରେ ସେ ନିଜେ ଭୋଗ୍ କୁ ଦେଇଥିବା ସାକ୍ଷାତକାରରେ ଜଣାଇ ସାରିଛନ୍ତି।

୨୦୧୮ରେ ଭୋଗ୍ କୁ ଦେଇଥିବା ସାକ୍ଷାତକାରରେ ସେ ଜଣାଇଥିଲେ ଯେ, “ଛୋଟ ବେ‌ଳେ ମୁଁ ବାପାଙ୍କ ଲୋକପ୍ରିୟତାକୁ ପସନ୍ଦ କରୁନଥିଲି। ମୁଁ ବହୁତ ଶୀଘ୍ର ଅନୁଭବ କରିସାରିଥିଲି ଯେ ଅନ୍ୟ ସାଧାରଣ ପିଲାଙ୍କଠାରୁ ଆମ ଜୀବନ ଅଲଗା। ମୋ ବାପା ଏତେ ପ୍ରସିଦ୍ଧ ବୋଲି ମୁଁ ପ୍ରକୃତରେ ଭାବି ନଥିଲି। ଯେତେବେଳେ ମୁଁ ୫ବର୍ଷର ଥିଲି ସେତେବେଳେ ବାପା ମୋତେ ସ୍କୁଲକୁ ଛାଡିବାକୁ ଯାଆନ୍ତି। ଲୋକମାନେ ବାପାଙ୍କୁ ଦେଖି ଶାହରୁଖ ବୋଲି କହିବା ସହ ଫଟୋ ନେବାକୁ ଚେଷ୍ଟା କରନ୍ତି। ମୁଁ ସେତେବେଳେ ଚାହୁଥିଲି ଯେ ସମସ୍ତେ ତାଙ୍କୁ ସୁହାନାର ବାପା ବୋଲି ସମ୍ବୋଧନ କରନ୍ତୁ। କିନ୍ତୁ ସେଭଳି କିଛି ହେଉନଥିଲା। ଏଥିପାଇଁ ମୁଁ ରାଗି ଯାଉଥିଲି। ସେ ମୋତେ ଆଲିଙ୍ଗନ କରିବାକୁ ଆସିଲେ ମୁଁ ତାଙ୍କୁ ଠେଲି ଦେଉଥିଲି। ତାଙ୍କୁ ମିଳୁଥିବା ଲୋକପ୍ରିୟତା ମୋତେ ପସନ୍ଦ ନଥିଲା। ଏହା ମୋତେ ଆତ୍ମ-ସଚେତନ କରାଇ ଦେଇଥିଲା। ହେଲେ ସମୟ ସହ ମୁଁ ଜାଣିପାରିଲି ଯେ ସେ ମୋ ପାଇଁ କେବଳ ମୋ ବାପା। ତାଙ୍କୁ ମୁଁ ଚାହିଲେ ଆଲିଙ୍ଗନ କରିପାରିବି।

ସମ୍ବନ୍ଧିତ ଖବର