ସଲମାନ୍‌ଙ୍କ ‘ଟାଇଗର ୩’କୁ ନେଇ ବଢ଼ୁଛି ଉତ୍କଣ୍ଠା

ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ସିନେମା ଟାଇଗର ୩କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ଆସନ୍ତା ଦୀପାବଳିରେ ଏହି ସିନେମା ପରଦାକୁ ଆସିବା ଯୋଜନା ରହିଛି। ୱାଇଆର୍‌ଏଫ୍‌ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ମନୀଷ ଶର୍ମା ଦେଇଛନ୍ତି। ସଲମାନ୍‌ଙ୍କ ସହିତ ଏଥିରେ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବିଗତ ଦିନରେ ଅବିନାଶ ସିଂହ ରାଠୋର ଚରିତ୍ରରେ ତାଙ୍କୁ ଟାଇଗର ସିରିଜ୍‌ ସିନେମାରେ ପ୍ରଶଂସକମାନେ ଦେଇଥିବା ଭଲପାଇବା ପାଇଁ ସଲମାନ କୃତଜ୍ଞତା ଜଣାଇଛନ୍ତି। ଟାଇଗର ଫ୍ରାଞ୍ଚାଇଜ ପାଇଁ ମୁଁ ବାସ୍ତବରେ ଗର୍ବିତ। ଗତ ୧୦ ବର୍ଷ ହେଲା ଟାଇଗର ଭାରତ ସମେତ ବିଶ୍ବରୁ ପ୍ରଶଂସା ପାଉଛି।

ଟାଇଗର ୩ ସିନେମାର ଟ୍ରେଲର ପୂର୍ବରୁ ୟଶ ରାଜ୍‌ ଫିଲ୍ମସ ପକ୍ଷରୁ ଆକ୍ସନ ପ୍ୟାକଡ୍‌ ସିନେମା ପାଇଁ ଟାଇଗର କା ମେସେଜ୍‌ ନାମରେ ଏକ ଭିଡିଓ ରିଲିଜ୍‌ ହୋଇଛି। ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି ସଲମାନ ଓରଫ ଟାଇଗରଙ୍କୁ ଭାରତର ୧ ନମ୍ବର ଶତ୍ରୁ ବନାଇ ଦିଆଯିବା ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ନିଜର ଶତ୍ରୁମାନଙ୍କୁ ନିପାତ କରିବା ପାଇଁ ଟାଇଗର କିଭଳି ଜୀବନ ପ୍ରତି ବିପଦ ଥିବା ମିସନରେ ବାହାରିଛନ୍ତି ତାହା ପ୍ରଦର୍ଶିତ ହୋଇଛି। ଯେତେ‌‌ବେଳେ ଏହି ସିନେମାର ବିଜ୍ଞାପନ ପାଇଁ ଆଲୋଚନା କଲୁ ସେତେବେଳେ ଉକ୍ତ ଫ୍ରାଞ୍ଚାଇଜକୁ ନେଇ ଲୋକଙ୍କ ମନରେ ରହିଥିବା ଭାବନାକୁ ଉଦ୍ରେକ କରିବା ଲାଗି ଚିନ୍ତା କରିଥିଲୁ। ତେଣୁ ଭିଡିଓରେ ସେହି ବାର୍ତ୍ତା ଦିଆଯାଇଛି। ଭିଡିଓଟି ଅତୀତର ଦୁଇ ସିନେମା ଏକ ଥା ଟାଇଗର ଏବଂ ଟାଇଗର ଜିନ୍ଦା ହୈ ର ଫୁଟେଜକୁ ନେଇ ପ୍ରସ୍ତୁତ ହୋଇଛି। ଭାରତ ପାଇଁ ଟାଇଗର କିଭଳି ସବୁକିଛି ତ୍ୟାଗ କରିଛନ୍ତି ତାହା ଏଥିରେ ଦର୍ଶାଯାଇଛି। ପ୍ରଚାର ଆରମ୍ଭରୁ ଆମକୁ ପ୍ରଶଂସକମାନେ ଏତେ ଭଲ ପାଇବା ଦେଇଥିବାରୁ ଆମେ ଅତ୍ୟନ୍ତ ଖୁସି ବୋଲି ସଲମାନ୍‌ କହିଛନ୍ତି। ତେବେ ସିନେମାର ଟ୍ରେଲର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧିତ ଖବର