ମଧ୍ୟପ୍ରଦେଶରେ ଦିଲ୍ଲୀ ସାମୁହିକ ଜୀବନ ହାରିବା ଘଟଣାର ପୁନରାବୃତ୍ତି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅଲିରାଜପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ଏକ ଘର ଭିତରୁ ପାଞ୍ଚଜଣ ‌ଲୋକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ପରେ ସମସ୍ତ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଏହି ପାଞ୍ଚଜଣଙ୍କୁ କିଏ ହତ୍ୟା କରିଛି ନା ଏମାନେ ସମସ୍ତେ ଜୀବନ ହାରି ଦେଇଛନ୍ତି ତାହା ବ୍ୟବଚ୍ଛେଦ ରି‌ପୋର୍ଟ ଆସିଲେ ହିଁ ସ୍ପଷ୍ଟ ‌ହୋଇପାରିବ।

ସୂଚନାଯୋଗ୍ୟ, ଅଲିରାଜପୁର ଜିଲ୍ଲା ସୋଣ୍ଡୱା ଥାନା ଅଞ୍ଚଳରେ  ରାୱଡି ଗ୍ରାମରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ରାକେଶ, ତାଙ୍କ ସ୍ତ୍ରୀ ଲଲିତା,ଝିଅ ଲକ୍ଷ୍ମୀ, ଦୁଇ ପୁଅ ଅକ୍ଷୟ ଓ ପ୍ରକାଶ ସାମିଲ ଅଛନ୍ତି। ମୃତକଙ୍କ ସମ୍ପର୍କୀୟମାନେ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଛନ୍ତି। ସମ୍ପୂର୍ଣ୍ଣ ପରିବାରକୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି। ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି।

ଏହି ଘଟଣା ଦିଲ୍ଲୀର ବୁରାଢ଼ିରେ ଆଜିର ଦିନରେ ସାମୁହିକ ଆତ୍ମହତ୍ୟା ଘଟଣାକୁ ମନେ ପକାଇ ଦେଇଛି। ଆଜିର ଦିନରେ ଅର୍ଥାତ ଜୁଲାଇ ୧ ତାରିଖରେ ହୋଇଥିବା ସାମୁହିକ ଆତ୍ମହତ୍ୟା ଘଟଣାକୁ ୬ବର୍ଷ ବିତି ଯାଇଛି। ୨୦୧୮ ଜୁନ ୩୦ ଓ ଜୁଲାଇ ୧ ବିଳମ୍ବିତ ରାତିରେ ଚୁଣ୍ଡାବନ ପରିବାରର ସମସ୍ତ ସଦସ୍ୟ ଜୀବନ ହାରି ଦେଇଥିଲେ। ଆତ୍ମହତ୍ୟା କରିଥିବା ଏହି ପରିବାରରେ ୧୧ଜଣ ସଦସ୍ୟ ରହିଥିଲେ।

ସମ୍ବନ୍ଧିତ ଖବର