ଏଏପିର ବଡ଼ ଘୋଷଣା: କଂଗ୍ରେସ ବିନା ଏକା ଲଢ଼ିବୁ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ:ଦିଲ୍ଲୀର ସମସ୍ତ ସାତୋଟି ଆସନରେ ପରାଜୟ ପରେ ଆମ୍ ଆଦମୀ ପାର୍ଟି(ଏଏପି) କଂଗ୍ରେସ ସହ ମେଣ୍ଟ ବନ୍ଦ କରିବାକୁଘୋଷଣା କରିଛି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଏକ ବୈଠକ ପରେ ବରିଷ୍ଠ ଆମ୍ ଆଦମୀ ଦଳର ନେତା ଗୋପାଳ ରାୟ ଏହା ଘୋଷଣା କରିଛନ୍ତି। ସେ କହିଛହିନ୍ତି ଯେ କଂଗ୍ରେସ ସହିତ ମିଳିତ ଯୋଜନା କେବଳ ଲୋକସଭା ନିର୍ବାଚନ ପାଇଁ ଥିଲା। ବିଧାନସଭା ନିର୍ବାଚନରେ ଆମେ ଏକାଠି ହେବୁ ନାହିଁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଦଳର ବରିଷ୍ଠ ନେତା ତଥା ସମସ୍ତ ବିଧାୟକଙ୍କ ବୈଠକ ଡକାଯାଇଥିଲା। ଏଥିରେ ଲୋକସଭା ନିର୍ବାଚନରେ ପରାଜୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଗୋପାଳ ରାୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କେବଳ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁନିଷ୍ପତ୍ତି ନେଇଛି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଗୋପାଳ ରାୟ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ଏହି ମେଣ୍ଟ ହୋଇସାରିଛି। ଆମେ ଲୋକସଭା ନିର୍ବାଚନରେ ସଚ୍ଚୋଟତାର ସହ ଲଢ଼ିଥିଲୁ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏଏପି କଂଗ୍ରେସ ସହିତ କୌଣସି ମେଣ୍ଟ କରିବ ନାହିଁ।

ରାୟ କହିଛନ୍ତି, ‘ଲୋକସଭା ନିର୍ବାଚନର ପ୍ରଥମ ଦିନରୁ ଏହା ସ୍ପଷ୍ଟ ଯେ ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ମିଳିତ ମଞ୍ଚ ଗଠନ ହୋଇଥିଲା। ଆମେ ଏକାଠି ଲଢ଼ିଥିଲୁ। ବିଧାନସଭା ନିର୍ବାଚନ ବିଷୟରେ। ଏଥିପାଇଁ କୌଣସି ମେଣ୍ଟ ହୋଇ ନାହିଁ। ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ଏକୁଟିଆ ଲଢ଼ିବ।

ଜେଲ ଯିବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଟିଭି ସାକ୍ଷାତକାରରେ ସୂଚାଇ ଦେଇଥିଲେ ଭବିଷ୍ୟତରେ କଂଗ୍ରେସ ସହ ବନ୍ଧୁତା ସମାପ୍ତ ହୋଇପାରେ। କଂଗ୍ରେସ ସହିତ ମିଳିତ ହେବାର ଭବିଷ୍ୟତ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ କଂଗ୍ରେସ ସହିତ ଆମର କୌଣସି ସ୍ଥାୟୀ ମେଣ୍ଟ ହୋଇ ନାହିଁ। ସମ୍ବିଧାନ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଏଏପି ମିଳିତ ମଞ୍ଚରେ ଯୋଗ ଦେଇଛି ବୋଲି ସେ କହିଥିାଲେ।

ସମ୍ବନ୍ଧିତ ଖବର