ବିରୋଧୀଙ୍କ ଡଙ୍ଗା ବୁଡ଼େଇ ଦେବେ ରାହୁଲ : ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍

ନୂଆଦିଲ୍ଲୀ: ବିଜେପି ଦେଶରେ ହିଂସା, ଘୃଣା ଓ ଭୟ ବିସ୍ତାର କରୁଛି ବୋଲି ଅଭିଯୋଗ କରି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦାବି କରିଛନ୍ତି ଯେ ସେମାନେ ହିନ୍ଦୁ ନୁହଁନ୍ତି କାରଣ ସେମାନେ ଦିନକୁ ୨୪ ଘଣ୍ଟିଆ ହିଂସା କଥା କହୁଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖିଛନ୍ତି। କୃଷ୍ଣମ୍ କହିଛନ୍ତି ଯେ ଆଜି କଂଗ୍ରେସକୁ ଭୋଟ୍ ଦେଇଥିବା ହିନ୍ଦୁମାନେ ବହୁତ ଚିନ୍ତିତ ହେବେ।

ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେପରି କଂଗ୍ରେସକୁ ବୁଡେଇଦେଇଛନ୍ତି, ଠିକ ସେହିପରି  ସମଗ୍ର ବିରୋଧୀଙ୍କୁ ବୁଡ଼ାଇ ଦେବାର କାମ କରିବେ ।

ରାହୁଲ ଗାନ୍ଧି ଦେଶର ହିନ୍ଦୁମାନଙ୍କୁ ଅପମାନିତ କରିବାର କାମ କରିଛନ୍ତି। ପ୍ରଶ୍ନ ହେଉଛି ଭାରତର ଅସ୍ତିତ୍ବ କୁ ନେଇ ଏବଂ ଭାରତର ଅସ୍ତିତ୍ୱକୁ ନେଇ ରାହୁଲ ଗାନ୍ଧିଙ୍କର ମଧ୍ୟ ସମସ୍ୟା ରହିଛି । ରାହୁଲ ଗାନ୍ଧି ପିଏମ ମୋଦିଙ୍କୁ ଏତେ ଘୃଣା କରନ୍ତି ଯେ ସେ ଦେଶକୁ ବି ଘୃଣା କରୁଛନ୍ତି । ଭାରତର ସଂସ୍କୃତିକୁ ବିଦେଶରେ ବଢିଥିବା ଲୋକମାନେ ବୁଝିବେ ନାହିଁ ।

ସମ୍ବନ୍ଧିତ ଖବର