ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ, ଆକ୍ରମଣକାରୀ ଗିରଫ

କୋପେନହେଗନ୍: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡେରିକ୍ସନଙ୍କ ଉପରେ ଶୁକ୍ରବାର ଆକ୍ରମଣ ହୋଇଛି। ସେଣ୍ଟ୍ରାଲ କୋପେନହେଗେନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ ମେଟ୍ ଆହତ ହୋଇନଥିଲେ। ପରେ ଆକ୍ରମଣକାରୀକୁ ପୁଲିସ ଗିରଫ କରିଥିଲା। ଏହି ଘଟଣା ସମ୍ପର୍କରେ ଅଧିକ ବିବରଣୀ ନ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ୍ ଶୁକ୍ରବାର ସନ୍ଧ୍ୟାରେ କୋପେନହେଗନର କୁଲଟର୍ଭେଟ୍ (ସ୍କୋୟାର, ରେଡ୍)ରେ ଥିଲେ। ଏହାପରେ ଜଣେ ବ୍ୟକ୍ତି ସେମାନଙ୍କୁ ମାଡ଼ ମାରିଥିଲେ। ପରେ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ”

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଲିସ କହିଛି ଯେ ପିଏମ ମେଟଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଏବଂ ଘଟଣାର ତଦନ୍ତ କରାଯାଉଛି । ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଉତ୍ତେଜନାପୂର୍ଣ୍ଣ ଦେଖାଯାଉଥିଲେ। ଘଟଣାସ୍ଥଳ ନିକଟରେ ଥିବା ଏକ ଛକରେ ବାରିସ୍ତାରେ କାମ କରୁଥିବା ସୋରେନ୍ କେଜରଗାର୍ଡ କହିଛନ୍ତି ଯେ ଆକ୍ରମଣ ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷାକର୍ମୀମାନେ ନେଇ ଯାଉଥିବା ଦେଖିଥିଲେ। ୟୁରୋପୀୟ ସଂଘ ନିର୍ବାଚନରେ ଡେନ୍ସ ଭୋଟ୍ ଦେବାର ଦୁଇ ଦିନ ପୂର୍ବରୁ ଏହି ଆକ୍ରମଣ ହୋଇଛି ।

ସମ୍ବନ୍ଧିତ ଖବର