ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ସାମ୍ବାଦିକ ଗିରଫ; ଏବେ ସୁଦ୍ଧା ଧରାପଡ଼ିଲେଣି ୫ ଅଭିଯୁକ୍ତ

ହଜାରିବାଗ : ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ସିବିଆଇ । ଏହି କ୍ରମରେ ଝାଡ଼ଖଣ୍ଡର ହଜାରିବାଗରେ ଥିବା ଏକ ସ୍କୁଲ ଉପରେ ଚଢଉ କରି ଗତକାଲି  ହଜାରୀବାଗର ଓଆସିସ୍ ସ୍କୁଲର ପ୍ରଧାନ ଶିକ୍ଷକ ଅହସାନ-ଉଲ-ହକ୍ ଏବଂ ଉପାଧ୍ୟକ୍ଷ ଇମତିଆଜ ଆଲାମଙ୍କୁ ସିବିଆଇ ଗିରଫ କରିଥିଲା। ଏବେ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ଶନିବାର ଏହି ମାମଲାରେ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ସିବିଆଇ । ହଜାରୀବାଗରୁ ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ଗିରଫ କରିଛି ସିବିଆଇ । ଏଥିସହ ଏହି ମାମଲାରେ ଗିରଫଦାରୀର ସମୁଦାୟ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଓଏସିସି ସ୍କୁଲ ହଜାରୀବାଗର ପ୍ରଧାନ ଶିକ୍ଷକ ଅହସାନ-ଉଲ-ହକ୍ ଏବଂ ଉପାଧ୍ୟକ୍ଷ ଇମତିଆଜ ଆଲାମଙ୍କ ବ୍ୟତୀତ ମନୀଷ ଏବଂ ଆଶୁତୋଷଙ୍କୁ ଗିରଫ କରିଥିଲା।

ସିବିଆଇ ଯାଞ୍ଚ କରିବା ସମୟରେ ପ୍ରଧାନ ଶିକ୍ଷକ ଅହସାନ-ଉଲ-ହକଙ୍କ ସହ ଦୁଇ ଝଣ ସାମ୍ବାଦିକ ସଂଯୋଗରେ ଥିବା ଜାଣିବାକୁ ପାଇଥିଲା । ଯାହା ଭିତରୁ ଜଣେ ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ଗିରଫ କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସାମ୍ବାଦିକ ଜଣକ ଝାଡଖଣ୍ଡର ଗୋଟିଏ ହିନ୍ଦୀ ଖବରକାଗଜର ସାମ୍ବାଦିକ ଅଟନ୍ତି।

ତେବେ ସାମ୍ବାଦିକ ଜଣକ ପେପର ଲିକ୍ ସମୟରେ ପ୍ରିନ୍ସିପାଲଙ୍କ ସହ ଲଗାତାର କଥା ହେଉଥିଲେ। ଅହସାନ-ଉଲ-ହକଙ୍କ ତଥ୍ୟ ଆଧାରରେ ସିବିଆଇ ସାମ୍ବାଦିକ ଜଣଙ୍କୁ ପଚରାଉଚୁରା ପାଇଁ ଡାକିଥିଲା। ଆଉ ଏହାପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।

ଜାଣିରଖିବା ଉଚିତ୍ ଯେ, ନିଟ୍ ପେପରଲିକ୍ ମାମଲାରେ ଏବେ ଆକ୍ସନ ମୋଡରେ ସିବିଆଇ । ଇକୋନୋମିକ୍ସ ଅଫେନ୍ସ ୟୁନିଟର ଯାଞ୍ଚକୁ ଆଗକୁ ବଢାଇବା ସହ ଏହି ବଡ ଲିଡରେ ଆଗକୁ ବଢୁଛି ସିବିଆଇ । ଅନ୍ୟପଟେ ଗୁଜରାଟ ଏବଂ ଅନ୍ୟ ସ୍ଥାନରେ ମଧ୍ୟ ଏବେ ବି ଛାନଭିନ୍ ଜାରି ରହିଛି ।

ସମ୍ବନ୍ଧିତ ଖବର