ବୁଧବାର ଲୋକସଭାରେ ନିଟ୍ ଉପରେ ବିତର୍କ ହେଉ: ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଚିଠି

ନୂଆଦିଲ୍ଲୀ: ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସରକାରଙ୍କୁ ବୁଧବାର ଦିନ ଲୋକସଭାରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ପ୍ରସଙ୍ଗରେ ବିତର୍କ କରିବାକୁ କହିଛନ୍ତି। ଗାନ୍ଧୀ କହିଛନ୍ତି ଯେ ଜୁନ୍ ୨୮ରେ ସଂସଦର ଉଭୟ ଗୃହରେ ନିଟ୍ ବିଷୟରେ ଆଲୋଚନା କରିବାକୁ ବିରୋଧୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଲୋକସଭା ବାଚସ୍ପତି ବିରୋଧୀଙ୍କୁ ଆଶ୍ୱାସନା ଦେଇଥି‌ଲେ ଯେ ସେ ସରକାରଙ୍କ ସହ ଆଲୋଚନା କରିବେ।

ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲ କହିଛନ୍ତି ଯେ ମୁଁ ସଂସଦରେ ନିଟ୍ ଉପରେ ବିତର୍କ ପାଇଁ ଅନୁରୋଧ କରୁଛି। ସେ ଜୋର୍ ଦେଇ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଆଗକୁ ଏକ ରାସ୍ତା ଖୋଜିବା ପାଇଁ ଗଠନମୂଳକ ଭାବେ ଜଡ଼ିତ ହେବା। ଏହି ସମୟରେ ଆମର ଏକମାତ୍ର ଚିନ୍ତା ହେଉଛି ସମଗ୍ର ଭାରତରେ ପ୍ରାୟ ୨୪ ଲକ୍ଷ ନିଟ୍ ଆଶାୟୀଙ୍କ କଲ୍ୟାଣ। ରାହୁଲ ଚିଠିରେ ନିଟ୍ ପ୍ରସଙ୍ଗର ଗୁରୁତ୍ବ ଉପରେ ଆଲୋକପାତ କରିବା ସହ ଏହା ଚ୍ଚଶିକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବୋଲି ଉଲ୍ଲେଖ କରିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଗତ ସାତ ବର୍ଷ ମଧ୍ୟରେ ୭୦ରୁ ଅଧିକ ପେପର ଲିକ୍ ହୋଇଛି। ଏହା ୨ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି। ଆମର ଛାତ୍ରଛାତ୍ରୀମାନେ ଉତ୍ତର ପାଇବାକୁ ହକଦାର୍। ସଂସଦୀୟ ବିତର୍କ ହେଉଛି ସେମାନଙ୍କର ଆତ୍ମବିଶ୍ୱାସର ପୁନର୍ନିର୍ମାଣ ଏବଂ ପୁନରୁର୍ଦ୍ଧାର ଦିଗରେ ପ୍ରଥମ ପଦକ୍ଷେପ।

ଏହି ଘଟଣାର ତତ୍ପରତାକୁ ଦୃଷ୍ଟିରେ ରଖି ବୁଧବାର ଗୃହରେ ଏକ ବିତର୍କକୁ କରିବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥରେ ଏହି ବିତର୍କର ନେତୃତ୍ୱ ନେବାକୁ ସେ ପ୍ରଧାନମନ୍ତ୍ରୀଙକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର