ଏକଛତ୍ରବାଦୀ ଶାସକଙ୍କ ଅଜବ ଆଦେଶ: ପ୍ରତି ମାସରେ ୧୦ କିଲୋ ମାନବ ମଳ ଜମା ନ କଲେ ୫୦୦ ଟଙ୍କା ଜରିମାନା

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆରେ କିମ ଜୋଙ୍ଗ୍ ଉନଙ୍କ ଏକଛତ୍ରବାଦୀ ଶାସନର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ନିକଟରେ ଜାରି କରାଯାଇଥିବା ଆଦେଶରେ ଉତ୍ତର କୋରିଆବାସୀଙ୍କୁ ପ୍ରତି ମାସରେ ଅତି କମରେ ୧୦ କିଲୋଗ୍ରାମ ଶୁଖିଲା ମାନବ ମଳ ସଂଗ୍ରହ କରି ସରକାରଙ୍କୁ ଦେବାକୁ କୁହାଯାଇଛି। ଯେଉଁମାନେ ଏହି ଆଦେଶ ପାଳନ କରୁନାହାନ୍ତି ସେମାନଙ୍କୁ ୫୦୦୦ ୱନ୍ ଅର୍ଥାତ ୫୦୦ ଟଙ୍କା ଜରିମାନା କରାଯିବ।

କିମ ଜୋଙ୍ଗ ଉନ୍ ଦକ୍ଷିଣ କୋରିଆ ସୀମାରେ ମଳ ଭର୍ତ୍ତି ବେଲୁନ୍ ପଠାଇବାର ପ୍ରାୟ ଏକ ମାସ ପରେ ଏହି ନିର୍ଦ୍ଦେଶ ଆସିଛି। କୁହାଯାଉଛି ଏକଛତ୍ରବାଦୀ ଶାସକଙ୍କର ଏହି ନୂତନ ଆଦେଶ ହେଉଛି ଏହିପରି ଆବଜର୍ନା ଭର୍ତ୍ତି ବେଲୁନ ଦକ୍ଷିଣ କୋରିଆ ସୀମାରେ ପକାଇବା ଘଟଣାର ପୁନରାବୃତ୍ତି କରିବା।

ଉତ୍ତର କୋରିଆର ସରକାରୀ ଖବର ଏଜେନ୍ସି କେସିଏନ୍ଏ ଅନୁଯାୟୀ ଉତ୍ତର କୋରିଆବାସୀଙ୍କର ପ୍ରତ୍ୟେକ ଘରୁ୧ ୦ କିଲୋଗ୍ରାମ (୨୨ ପାଉଣ୍ଡ) ମାନବ ମଳ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଦ୍ବାରା ଏହା ସାର ବ୍ୟବହାର ହୋଇପାରିବ। ଆଦେଶ ଅନୁଯାୟୀ, ଲୋକଙ୍କୁ ଏହି ମଳ ଶୁଖାଇ ସଂଗ୍ରହ କରିବାକୁ ପଡିବ। ଏହା ପରେ ଏହାକୁ ନିକଟତମ ସାର କେନ୍ଦ୍ରରେ ଜମା କରିବାକୁ ପଡିବ, ଯେଉଁଠାରୁ ସେମାନଙ୍କୁ ସେମାନଙ୍କ ଅବଦାନ ପାଇଁ ପ୍ରମାଣପତ୍ର ଦିଆଯିବ। ପରେ ପ୍ରମାଣପତ୍ରଗୁଡ଼ିକ ଘର ଘର ବୁଲି ସରକାରୀ ଅଧକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ।

ଉତ୍ତର କୋରିଆବାସୀଙ୍କ ପାଇଁ ଏହା ଏକ ନୂଆ କଥା ନୁହେଁ। ଉତ୍ତର କୋରିଆବାସୀ କୃଷିରେ ସାର ଭାବରେ ମାନବ ମଳ ବ୍ୟବହାର କରିସାରିଛନ୍ତି। କିନ୍ତୁ, ସାଧାରଣତଃ ଏହି କାର୍ଯ୍ୟ ଶୀତଦିନେ କରାଯାଇଥାଏ, ଯେତେବେଳେ ଫସଲ ରୋପଣ କରିବାର ସମୟ ଆସିଥାଏ। କିନ୍ତୁ, ନିକଟରେ ନେତା କିମ ଜୋଙ୍ଗ୍ ଉନ ଏକ ନୂତନ କୃଷିର ପ୍ରଥମ ପଦକ୍ଷେପ ଆରମ୍ଭ କରିଛନ୍ତି। ଯାହା ଅନ୍ତର୍ଗତ ଲୋକମାନଙ୍କୁ ଏବେ ସୁଦ୍ଧା ଗ୍ରୀଷ୍ମ ଋତୁରେ ସେମାନଙ୍କର ମଳ ସଂଗ୍ରହ କରିବାକୁ ପଡିବ। ତେବେ କିମଙ୍କ ନିଷ୍ପତ୍ତି ଉପରେ ଅଧିକାଂଶ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର