କାରରେ ବସି ରିଲ୍ସ କରୁଥିବା ବେଳେ ଖାଇକୁ ଖସିପଡ଼ିଲା କାର: ଘଟଣାସ୍ଥଳରେ ଯୁବତୀଙ୍କ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ଆଜିକାଲି ରିଲ୍ସ ନିଶାରେ ପିଲାଠାରୁ ବୃଦ୍ଧ ସମସ୍ତେ ବାୟା। ଯିଏ ଯେଉଁଠାରେ ପାଉଛନ୍ତି ରିଲ୍ସ କରିବା ଆରମ୍ଭ କରି ଦେଉଛନ୍ତି। ଏଥିପାଇଁ ଅନେକ ଅଘଟଣ ବି ଘଟି ଯାଉଛି। କାହାର ଜୀବନ ବି ଚାଲି ଯାଉଛି। ଏମିତି ଘଟଣା କ୍ରମ‌ାଗତ ସାମ୍ନାକୁ ଆସିବା ପରେ ଏଥିପାଇଁ ଅନେକ ନିୟମ କାନୁନ ବି ଲାଗୁ କରାଯାଇଛି। ଏହା ସତ୍ତ୍ବେ ବି ଏମିତି ଘଟଣା ଥମିବାକୁ ନାମ ନେଉନାହିଁ।

ନିକଟରେ ମହାରାଷ୍ଟ୍ରର ସମ୍ବାଜିନଗର ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ରିଲ୍ସ କରୁଥିବା ବେଳେ ଖାଇରେ ପଡ଼ି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବତୀ ଜଣକଙ୍କ ନାମ ଶ୍ୱେତା ଦୀପକ ସୁରବାସେ ଓ ବୟସ ୨୩ବର୍ଷ । ସେ ଛତ୍ରପତି ସମ୍ବାଜିନଗର ହନୁମାନନଗରର ବାସିନ୍ଦା ଥିଲେ।

ସୋସିଆଲ ଭିଡିଓରେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଖୁଲତାବାଦ ତାଲୁକା ଅନ୍ତର୍ଗତ ଶୁଲିଭଞ୍ଜନ ଦତ୍ତଧାମ ମନ୍ଦିର ଅଞ୍ଚଳରେ ଶ୍ୱେତା ଦୀପକ କାରରେ ବସିଛନ୍ତି। ଏହି ସମୟରେ ସ‌ାଙ୍ଗ ସୁରଜ ସଞ୍ଜୟ ମୁଲେ ଶ୍ବେତାଙ୍କ ରିଲ୍ସ କରୁଛନ୍ତି। କିଛିସମୟ ପରେ ଶ୍ୱେତାଙ୍କ କାରଟି ପଛକୁ ପଛକୁ ଯାଉଥିବା ଦେଖିବାକୁ ମିଳୁଛି।

 

ଶ୍ୱେତା ରିଲ୍ସ ନିଶାରେ ନିଜ ଉପସ୍ଥିତ ବୁଦ୍ଧି ହରାଇ ଦେଉଛନ୍ତି। ସେ କାରର ବ୍ରେକ୍‌ ମାରିବା ବଦଳରେ ରିଭର୍ସ ଗିୟର ମାରି ଦେଉଛନ୍ତି। ଫଳରେ ଆଖି ପିଛୁଳାକେ କାରଟି ୩୦୦ ଫୁଟ୍‌ ଗଭୀର ଖାଇକୁ ଖସି ପଡୁଛି। ଏହି ଦୁର୍ଘଟଣାରେ ଶ୍ବେତାଙ୍କ ମୃତ୍ୟୁ ହୋଇଯାଉଛି।

ସମ୍ବନ୍ଧିତ ଖବର