ହଥରସ ଦଳାଚକଟା ମାମଲା, ଭୋଲେ ବାବା ଫେରାର୍

ହାଥରସ: ହାଥରସର ସତସଙ୍ଗରେ ଘଟିଥିବା ଦଙ୍ଗା ଘଟଣା ଉପରେ ଏବେ ସାରା ଦେଶର ନଜର ରହିଛି । ତେବେ ଏହି ସତସଙ୍ଗ କରୁଥିବା ବାବା ଭୋଲେ ବାବା ନାରାୟଣ ସାକର ବିଶ୍ୱ ହରିଙ୍କୁ ଏବେ ପୁଲିସ ଖୋଜୁଛି ।

ଏହି ବାବାଙ୍କ ଦ୍ୱାରା ଏହି ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ତାଙ୍କ ଆଶୀର୍ବାଦ ନେବା ଏବଂ ପାଦ ଛୁଇଁବା ପ୍ରତିଯୋଗିତାରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । କୁହାଯାଉଛି ଯେ ଏହି ଘଟଣା ପରଠାରୁ ଏହି ବାବା ଫେରାର ଅଛନ୍ତି ଏବଂ ୟୁପି ପୋଲିସ ତାଙ୍କୁ ଖୋଜୁଛି । ବଡ କଥା ହେଉଛି ଏହି ଘଟଣାରେ ଯୋଗୀ ସରକାର କଠୋର ହୋଇଉଠିଛନ୍ତି ଏବଂ କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନାରାୟଣ ସାକର, ଯାହାଙ୍କ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଥିଲା, ସେ ତାଙ୍କ ପତ୍ନୀଙ୍କ ସହ ସତସଙ୍ଗ କରନ୍ତି। ତାଙ୍କର ସତ୍ସଙ୍ଗକୁ ‘ମାନବ ମଙ୍ଗଳ ମିଳନ ସଦ୍ଭାବନା ସମାଗମ’ କୁହାଯାଏ।

ଏଡିଜି ଅନୁପମ କୁଳଶ୍ରେଷ୍ଠଙ୍କ କହିବାନୁଯାୟୀ, ଏହି କାର୍ଯ୍ୟକ୍ରମ ପାଇଁ ଏସ୍ ଡିଏମ୍ ସ୍ତରରୁ ଅନୁମତି ନିଆଯାଇଥିଲା ଏବଂ ସେହି ଅନୁଯାୟୀ ପୁଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର