ଜାମିନରେ ମୁକୁଳିବା ପରେ ବିଜେପିକୁ ଜୋରଦାର ଟାର୍ଗେଟ କଲେ ହେମନ୍ତ

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜି ହେମନ୍ତ ସୋରେନଙ୍କୁ ପାଞ୍ଚ ମାସ ପରେ ବିର୍ସା ମୁଣ୍ଡା ଜେଲରୁ ମୁକ୍ତ କରାଯାଇଥିଲା। ଜେଲରୁ ମୁକୁଳିବା ପରେ ହେମନ୍ତ ସୋରେନ କହିଛନ୍ତି, “ମିଥ୍ୟା ଅଭିଯୋଗ କରି ମୋତେ ଜେଲରେ ରଖାଯାଇଥିଲା। ଲୋକଙ୍କ ସ୍ୱରକୁ ଦମନ କରିବା ପାଇଁ କାର୍ଯ୍ୟ ଚାଲିଛି। ଏହି କାରଣରୁ କୋର୍ଟ ଏହାର ନ୍ୟାୟ ପ୍ରଦାନ କରିଛନ୍ତି। ମୁଁ ଆଜି ବାହାରକୁ ଆସିଛି। ” ହେମନ୍ତ ସୋରେନ ଆହୁରି କହିଛନ୍ତି, “ନ୍ୟାୟ ପ୍ରକ୍ରିୟା ବହୁତ ଲମ୍ବା ହୋଇଯାଇଛି। ଆଜି ଦେଶରେ ରାଜନେତା, ସାମ୍ବାଦିକ ଏବଂ ସାଧାରଣ ଲୋକଙ୍କ ସ୍ୱର ଚାପି ହୋଇ ରହିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜେଲକୁ ପଠାଯାଇଛି। ଯେଉଁ ସଂଗ୍ରାମ ଏବଂ ସଂକଳ୍ପ ଆମେ ନେଇଛୁ ଆମେ ନିଶ୍ଚିତ ଭାବେ ଏହାକୁ ପୂରଣ କରିବୁ |

ଆଜି ଆମ ବିରୁଦ୍ଧରେ ଏକ ଷଡଯନ୍ତ୍ର ରଚାଯାଇଛି ଏବଂ ମୋତେ ଜେଲରେ ରଖାଯାଇଛି । ଏହା ବ୍ୟତୀତ ହେମନ୍ତ ସୋରେନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆପଣ ସମସ୍ତେ ନ୍ୟାୟପାଳିକାର ଆଦେଶକୁ ସମୀକ୍ଷା କରନ୍ତୁ ଏହାକୁ ଦେଶର ଲୋକଙ୍କ ନିକଟରେ ପହଞ୍ଚାଇବା ଉଚିତ୍। ଏହାପୂର୍ବରୁ ହେମନ୍ତ ସୋରେନ ଜେଲରୁ ବାହାରିବା ମାତ୍ରେ ବହୁ ସଂଖ୍ୟକ ଜେଏମଏମ ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ସ୍ଲୋଗାନ ଦେଇଥିଲେ। ତାଙ୍କ ପତ୍ନୀ ଏବଂ ଜେଏମଏମ ବିଧାୟିକା କଳ୍ପନା ସୋରେନ ନ୍ୟାୟପାଳିକା ଏବଂ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆଜି ଏକ ଭାବପ୍ରବଣ ଦିନ। ଜେଲରୁ ମୁକୁଳିବା ପରେ ସୋରେନ ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଥିଲେ। ବାସ୍ତବରେ ଜଷ୍ଟିସ ରଙ୍ଗନ୍ ମୁଖୋପାଧ୍ୟାୟ ବେଞ୍ଚ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର