ଭାରତ ସମେତ ବିଶ୍ବବ୍ୟାପୀ ଡାଉନ ହେଲା ଇନଷ୍ଟାଗ୍ରାମ୍

ନୂଆଦିଲ୍ଲୀ : ଶନିବାର ଭାରତ ସମେତ ବିଶ୍ବର ଅନେକ ଦେଶରେ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଡାଉନ ହୋଇଯାଇଛି । ଏହା ଫଳରେ ଭାରତ ସମେତ ସମଗ୍ର ବିଶ୍ୱର ହଜାର ହଜାର ଉପଭୋକ୍ତା ଇନଷ୍ଟାଗ୍ରାମ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୟୁଜରମାନେ ଇନଷ୍ଟାଗ୍ରାମରେ ନ୍ୟୁଜ୍ ଫିଡ୍ ଦେଖିବାକୁ ଅସମର୍ଥ ହେଉଛନ୍ତି କିମ୍ବା ରିଲ୍ ଦେଖିବା କିମ୍ବା ଅପଲୋଡ୍ କରିବାରେ ଅସୁବିଧା ଭୋଗୁଛନ୍ତି। ଏହା ବ୍ୟତୀତ ଇନଷ୍ଟାଗ୍ରାମର ଆହୁରି ଅନେକ ଫିଚର ବ୍ୟବହାର କରିବାରେ ସମସ୍ୟା ଦେଖାଦେଉଛି । ସୋସିଆଲ ମିଡିଆରେ ଲୋକମାନେ ଏନେଇ ଅଭିଯୋଗ କରିଛନ୍ତି ।

ଅନଲାଇନ୍ ଅଚଳତା ବା ଆଉଇଟେଜ୍ ଉପରେ ନଜର ରଖୁଥିବା ୱେବସାଇଟ୍ ଡାଉନଡିଟେକ୍ଟର ଡଟକମ୍ କହିଛି ଯେ ୨୯ ଜୁନ୍ ୨୦୨୪ ଦିନ ୧୨.୦୨ରେ କେବଳ ଭାରତରୁ ୬,୫୦୦ ଅଭିଯୋଗ ରିପୋର୍ଟ ହୋଇଛି । ୟୁଜରମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଇନଷ୍ଟାଗ୍ରାମର ଅନେକ ବୈଶିଷ୍ଟ୍ୟ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୫୮% ଅର୍ଥାତ୍ ଅଧିକାଂଶ ବ୍ୟବହାରକାରୀ ଇନଷ୍ଟାଗ୍ରାମର ନ୍ୟୁଜ୍ ଫିଡ୍ ଦେଖିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସେହିପରି ୩୨ ପ୍ରତିଶତ ଲୋକ ଇନଷ୍ଟା ଆପ୍ ବ୍ୟବହାର କରିବାରେ ଅସୁବିଧା ହେଉଛି ବୋଲି କହୁଥିବା ବେଳେ ୧୦ ପ୍ରତିଶତ ୟୁଜର୍ସ କହିଛନ୍ତି ଯେ ସର୍ଭର ଧୀମା ହୋଇଯାଇଛି । ସେହିପରି ଅନ୍ୟଦେଶମାନଙ୍କରୁ ବି ସମାନ ଅଭିଯୋଗ ସାମନାକୁ ଆସିଛି ।

ସମ୍ବନ୍ଧିତ ଖବର