କୃଷକଙ୍କୁ ଖୁସି କରିବାକୁ ବିଜେପିର ଉଦ୍ୟମ, ରାଜସ୍ଥାନରେ କୃଷକ ସମ୍ମାନ ନିଧି ରାଶି ବୃଦ୍ଧି

ଜୟପୁର : ଗତ ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିବାର ଏକ ବଡ଼ କାରଣ ଭାବେ କୃଷକମାନଙ୍କ ଅସନ୍ତୋଷକୁ ଦେଖାଯାଉଛି । ବିଶେଷକରି ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଆସନ ସଂଖ୍ୟା କମିଯାଇଥିଲା । କୃଷକମାନଙ୍କୁ ଖୁସି କରିବାକୁ ବିଜେପି ପଦକ୍ଷେପ ଉଠାଇବା ଆରମ୍ଭ କରିଛି । ଏହି କ୍ରମରେ ରାଜସ୍ଥାନରେ ଥିବା ବିଜେପି ସରକାର କିଷାନ ସମ୍ମାନ ନିଧିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଖୁବଶୀଘ୍ର ଆଉ କେତେକ ବିଜେପି ଶାସିତ ରାଜ୍ୟରେ ମଧ୍ୟ ସମାନ ଘୋଷଣା କରାଯିବାର ସମ୍ଭାବନା ରହିଛି ।

ରାଜସ୍ଥାନ ସରକାର କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କିଷାନ ସମ୍ମାନ ନିଧିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏବେ ରାଜସ୍ଥାନରେ କିଷାନ ସମ୍ମାନ ନିଧି ଭାବେ ୮୦୦୦ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ ହେଉଛି। ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ଦିନ ପୂର୍ବରୁ ଏହି ବଡ ଘୋଷଣା କରାଯାଇଛି । ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ସରକାର ଗଠନ ପାଇଁ ସମସ୍ତ ମେଣ୍ଟ ଦଳର ସମର୍ଥନ ମିଳିଥିଲା । ନରେନ୍ଦ୍ର ମୋଦୀ ରବିବାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର