ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନୂଆ ସେନାମୁଖ୍ୟ, ରବିବାର କାର୍ଯ୍ୟଭାର ଗ୍ରହଣ

ନୂଆଦିଲ୍ଲୀ: ବର୍ତ୍ତମାନ ଉପସେନାଧ୍ୟକ୍ଷ ଭାବେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ  ଭାରତର ନୂଆ ସେନାମୁଖ୍ୟ ହେବେ। ଜୁନ୍ ୩୦ ଅପରାହ୍ନରୁ ସେ ପରବର୍ତ୍ତୀ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ମନୋଜ ସି ପାଣ୍ଡେ ଜୁନ୍ ୩୦ରେ ପଦ ରୁ ଇସ୍ତଫା ଦେଉଛନ୍ତି। ପରମ ବିଶିଷ୍ଠ ସେବା ପଦକ (ପିଭିଏସ୍ଏମ୍) ଏବଂ ଅତି ବିଶେଷ ସେବା ପଦକ (ଏଭିଏସ୍ଏମ୍) ପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛନ୍ତି।

ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ମତଦାନ ପରେ ମେ ୨୬ରେ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରିଥିଲେ ସରକାର । ଏହି କାରଣରୁ ସେ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ପଦରେ ରହିବେ। ପୂର୍ବରୁ ସେ ମେ’ ୩୧ତାରିଖରେ ଅବସର ନେବାର ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସେନା ନିୟମ, ୧୯୫୪ର ନିୟମ ୧୬ଏ (୪) ଅନୁଯାୟୀ ଏହି ଅବଧି ବୃଦ୍ଧି କରାଯାଇଛି। ତେବେ ସତେବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିଲା । ଅବଧି ବୃଦ୍ଧିକୁ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସି ବିରୋଧ କରିଥିଲେ ।

ସମ୍ବନ୍ଧିତ ଖବର