ଭଲ ପାଉଥିବା ବ୍ୟକ୍ତିକୁ କେବେ ବି ବିବାହ କରନାହିଁ; ଜାଣନ୍ତୁ କାହିଁକି ଏଭଳି କହିଲେ ନୱାଜୁଦ୍ଦିନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ପତ୍ନୀ ଆଲିଆଙ୍କ ସହ ତାଙ୍କର ଝଗଡା ଏବଂ ଛାଡପତ୍ରକୁ ନେଇ ସେ ବିବାଦ ଘେରକୁ ଆସିଥିଲେ। ତେବେ ଅନେକ ଉତଥାନ-ପତନ ଦେଖିବା ପରେ ଦୁହେଁ ପିଲାମାନଙ୍କ ସ୍ୱାର୍ଥ ପାଇଁ ଏକାଠି ରହିବାକୁ  ନିଷ୍ପତ୍ତି ନେଇଛନ୍ତି। ତେବେ ପତ୍ନୀଙ୍କ ସହ ଏକାଠି ହେବା ପରେ ଭଲ ପାଉଥିବା ବ୍ୟକ୍ତିକୁ କେବେ ବି ବିବାହ କରନାହିଁ ବୋଲି କହିଛନ୍ତି ନୱାଜ୍।

ନୱାଜୁଦ୍ଦିନ ବିଶ୍ୱାସ କରନ୍ତି ଯେ, କେହି ବି ଭଲ ପାଉଥିବା ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ। ସେମାନଙ୍କ ଅନୁଯାୟୀ, ବିବାହ ପରେ ପ୍ରେମ କମିଯାଏ। ଏକ ପୋଡକାଷ୍ଟରେ ବିବାହ କରିବା ଉଚିତ୍ କି ବୋଲି ନୱାଜଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ନୱାଜ କହିଥିଲେ – “କରିବା ଉଚିତ ନୁହେଁ। ବିବାହ କରିବାର ଆବଶ୍ୟକତା କ’ଣ? ଯଦି ତୁମେ ପ୍ରେମ କରୁଛ ତେବେ ତୁମେ ବିବାହ ବିନା ବଞ୍ଚିପାରିବ । ବିବାହ ପରେ ଦମ୍ପତିମାନେ ପରସ୍ପରକୁ ଅଣଦେଖା କରିବା ଆରମ୍ଭ କରନ୍ତି | ପ୍ରେମ, ବିବାହ ପରେ ଶେଷ ହେବାକୁ ଲାଗେ | ଯେତେବେଳ ପର୍ଯ୍ୟନ୍ତ ତୁମେ ଅବିବାହିତ ଅଛ, ସେତେବେଳ ପର୍ଯ୍ୟନ୍ତ ଆପଣ ପରସ୍ପରକୁ ବହୁତ ଭଲ ପାଇବେ। ହେଲେ ବିବାହ ପରେ ପିଲାମାନେ ଜନ୍ମ ହେବା ସହ ଅନେକ ଦାୟିତ୍ବ ବଢ଼େ। ଏହା ଦ୍ବାରା ଭଲପାଇବା କମିଯାଏ। କିଛି କିଛି ଲୋକ ବିବାହ ପରେ ବି ଖୁସିରେ ରହୁଥିବା ଦେଖାଯାଏ। ହେଲେ ସେମାନେ ସତରେ ଖୁସି‌ରେ ଅଛନ୍ତି କି ନାହିଁ କିଏ ଜଣେ। ମୋର ଏଭଳି ଅନେକ ବନ୍ଧୁ ଅଛନ୍ତି, ଯେଉଁମାନେ ବିବାହ ବିନା ବି ଖୁସିରେ ଅଛନ୍ତି।”

ସମ୍ବନ୍ଧିତ ଖବର