ଯୌନ ନିର୍ଯ୍ୟାତନା ଅପରାଧରେ ୧୦ ବର୍ଷ ଜେଲ ଦଣ୍ଡ ପାଇଲେ ବୁଦ୍ଧଙ୍କ ଅବତାର ବୋଲି ବିଶ୍ବାସ କରାଯାଉଥିବା ନେପାଳୀ ଯୁବକ

କାଠମାଣ୍ଡୁ : ଭଗବାନ ବୁଦ୍ଧଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନେପାଳର ଏକ ଅଦାଲତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ରାମ ବାହାଦୁର ବମଜାନଙ୍କୁ ନେପାଳର ଏକ ଅଦାଲତ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜାନୁଆରୀ ମାସରେ କାଠମାଣ୍ଡୁ ଉପକଣ୍ଠରେ ଥିବା ଏକ ଘରୁ ବମଜାନଙ୍କୁ ଗିରଫ କରାଯାଇଥିଲା। ଦକ୍ଷିଣ ନେପାଳର ସରଲାହି ଜିଲ୍ଲା କୋର୍ଟର କୋର୍ଟ ଅଧିକାରୀ ସିକନ୍ଦର କାପର କହିଛନ୍ତି ଯେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୩,୭୫୦ ଆମେରିକୀୟ ଡଲାର ଦେବାକୁ ବିଚାରପତି ୩୩ ବର୍ଷୀୟ ବମଜାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଣ୍ଡାଦେଶ ବିରୋଧରେ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ ଦିଲ୍ଲୀପ କୁମାର ଝା କହିଛନ୍ତି।

୨୦୦୫ମସିହାରେ ରାମ ବାହାଦୁର ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଜଣେ ୧୫ ବର୍ଷର ବାଳକ ୧୦ ମାସ ଧରି ଜଙ୍ଗଲରେ ଏକ ଗଛ ତଳେ ବସି ତପସ୍ୟା କରୁଛି ବୋଲି ଖବର ପ୍ରସାରିତ ହୋଇଥିଲା। କିଛି ଲୋକ ତାଙ୍କୁ ଗୌତମ ବୁଦ୍ଧଙ୍କ ଅବତାର ବୋଲି କହିବା ଆରମ୍ଭ କଲେ ଏବଂ ତାଙ୍କ ଅନୁଗାମୀ ହୋଇଗଲେ ।

ସମ୍ବନ୍ଧିତ ଖବର