ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର କରୌଲି ଠାରେ ଏକ ସଡକ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ଲୋକ ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। କୈଲା ଦେବୀଙ୍କ ଦର୍ଶନ କରିବାକୁ ଯାଇଥିବା ସମୟରେ ଶ୍ରଦ୍ଧାଳୁଙ୍କ ତୀର୍ଥଯାତ୍ରା ଶେଷଯାତ୍ରା ପାଲଟିଛି।

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଶିଶୁ ଏବଂ ୬ ଜଣ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି।୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁଇ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସୋମବାର ଅପରାହ୍ନ ୫ ଟା ସମୟରେ କରୌଲି-ମାଣ୍ଡ୍ରାଏଲ୍ ରାସ୍ତାରେ ଡୁଣ୍ଡାପୁରା ଟର୍ନ ନିକଟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଟ୍ରକ ଏବଂ ବୋଲେରୋ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ସମ୍ବନ୍ଧିତ ଖବର