ରାହୁଲଙ୍କ ଭାଷଣ ୪ ମନ୍ତ୍ରୀଙ୍କୁ ନିଜ ଆସନରୁ ଉଠାଇ ଦେଲା: ରାଜୀବ ଶୁକ୍ଲା

ନୂଆଦିଲ୍ଲୀ: ୧୮ ତମ ଲୋକସଭାର ପ୍ରଥମ ସଂସଦ ଅଧିବେଶନ ଜୁନ୍ ୨୪ରୁ ଚାଲିଛି। ସୋମବାର ଲୋକସଭାର କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ନିଟ୍ ବିବାଦ ଏବଂ ଅଗ୍ନିବୀର ପ୍ରସଙ୍ଗ ଉଠାଇଥିଲେ। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ନେଇ ୪ ମନ୍ତ୍ରୀଙ୍କୁ ସଂସଦରେ ଠିଆ ହୋଇ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା। ଏନେଇ କଂଗ୍ରେସ ନେତା ରାଜୀବ ଶୁକ୍ଲା କ’ଣ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାଷଣ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଏହା ମିଥ୍ୟା ବୋଲି ସରକାର କହିବେ। ‌ତେବେ ଚାରିଜଣ ମନ୍ତ୍ରୀ ନିଜ ଆସନରେ ଉଠି ଛିଡାହୋଇ ଭାଷଣକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତେଣୁ ରାହୁଲ ଗାନ୍ଧୀଙ୍କ ଭାଷଣ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଏଥିରୁ ଆକଳନ କରାଯାଇପାରିବ।

ତାଙ୍କ ଭାଷଣ ୪ ମନ୍ତ୍ରୀଙ୍କୁ ନିଜ ଆସନରୁ ଉଠାଇ ଦେଇଥିଲା। ତାଙ୍କର ଶବ୍ଦଗୁଡ଼ିକ କେତେ ଗୁରୁତ୍ୱ ଦେଉଛି? ରାହୁଲ ଗାନ୍ଧୀ ମଧ୍ୟ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛନ୍ତି। ଅଗ୍ନିବୀର ଯୋଜନା ବିଷୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ନା ଶହୀଦ ମାନ୍ୟତା ନା ପେନସନ୍ ସୁବିଧା କିଛି ମଧ୍ୟ ନୂଆ ଯୋଜନାରେ ନାହିଁ।

କଂଗ୍ରେସ ସାଂସଦ ରାଜୀବ ଶୁକ୍ଲ କହିଛନ୍ତି ରାହୁଲ ଗାନ୍ଧୀ ହିନ୍ଦୁଙ୍କ ବିରୁଦ୍ଧରେ କିଛି କହି ନାହାନ୍ତି। ରାହୁଲ କହିଛନ୍ତି ବିଜେପି ସଦସ୍ୟମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି କିନ୍ତୁ ହିନ୍ଦୁଧର୍ମକୁ ଅନୁସରଣ କରୁନାହାନ୍ତି। ଆମେ ସମସ୍ତେ ହିନ୍ଦୁ, ଯେଉଁମାନେ ଭଗବାନ ଶିବଙ୍କ ଶିକ୍ଷାକୁ ଅନୁସରଣ କରିଥାନ୍ତି। ଅପରପକ୍ଷରେ ବିଜେପି ସଦସ୍ୟମାନେ ହିଂସା ସହ ଘୃଣା ବିସ୍ତାର କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର