ବନ୍ୟା ପାଣିରେ ଅଟକିଗଲା ରୋଲ୍ସ-ରୋଏସ୍ ଘୋଷ୍ଟ୍‌

ନୂଆଦିଲ୍ଳୀ: ପ୍ରବଳ ବର୍ଷା ପରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ରାସ୍ତାରେ ଅଟକି ରହିଥିବା ଏକ ବିଳାସପୂର୍ଣ୍ଣ କାରର ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଚକିତ କରିଛି।

ଡୋନିଆ ଭ୍ଲୋଗସ୍ ୯୭ ନାମକ ଏକ ଆକାଉଣ୍ଟ ଥିବା ଇନଷ୍ଟାଗ୍ରାମ ବ୍ୟବହାରକାରୀ ଅଭିଷେକ ଏକ ସର୍ଟ କ୍ଲିପ୍ ସେୟାର କରିଛନ୍ତି; ଯେଉଁଥିରେ ଦିଲ୍ଲୀର ଏକ ଜଳମଗ୍ନ ରାସ୍ତାରେ ଏକ କଳା ରୋଲ୍ସ-ରୋଏସ୍ ଘୋଷ୍ଟ୍‌ ଅଟକି ରହିଥିବାର ଦେଖିବାକୁ ମିଳିଛି।

“ଏହା କେଉଁ କାର ବୋଲି ମୁଁ ଆପଣଙ୍କୁ କହିବାର ଆବଶ୍ୟକତା ନାହିଁ। ଏହା ଦିଲ୍ଲୀର ବନ୍ୟା ଭିତରେ ରାସ୍ତାରେ ଅଟକି ରହିଛି ବୋଲି ଦୂରରୁ ମାରୁତି ସୁଜୁକି କାର ଭିତରେ ବସି ଦୃଶ୍ୟକୁ ରେକର୍ଡ କରୁଥିବା ବ୍ଲଗର୍ ତାଙ୍କ ଭିଡିଓରେ କହିଛନ୍ତି।

ବନ୍ୟାଜଳରେ ଉବୁଟୁବୁ ହେଉଥିବା ରାସ୍ତାରେ ଯିବାକୁ କିଛି ଲୋକ ଚେଷ୍ଟା କରୁଥିବା ଅନ୍ୟ କେତେଜଣ ବିଳାସପୂର୍ଣ୍ଣ କାରକୁ ଦେଖିବା ପାଇଁ ଅଟକି ଯାଇଥିଲେ। ଭିଡିଓର କ୍ୟାପସନରେ ଲେଖାଅଛି “ ରୟାଲ୍ସ ରୟାଲ୍ ଭିଭିଆଇପି ପାର୍କିଂ’’।

ମନ୍ତବ୍ୟ ବିଭାଗରେ, ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କର ଚିନ୍ତାଧାରା ଏବଂ ମତାମତ ବାଣ୍ଟିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ ଖୁବ୍ ମଜାଦାର୍‌ ମନ୍ତବ୍ୟ ଦେଇଥିବାର ଦେଖିବକାକୁ ମିଳିଛି।

ଜୁନ ୨୮ ତାରିଖରେ ଏହି ଭିଡିଓ ରେକର୍ଡ କରାଯାଇଥିଲା; ଯେତେବେଳେ ପ୍ରବଳ ବର୍ଷା ସହରକୁ ଜଳମଗ୍ନ କରିପକାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପର୍ଯ୍ୟନ୍ତ ‘ଅରେଞ୍ଜ’ ସତର୍କ ସୂଚନା ଜାରି କରିବା ପରେ ଦିଲ୍ଲୀର ସିଭିକ୍‌ ଏଜେନ୍ସିମାନେ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର