ମୁକେଶ ଅମ୍ବାନିଙ୍କ ଘରେ ପହଞ୍ଚିଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ଶୁକ୍ରବାର ଦେଶର ନ୧ ଧନୀ ତଥା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ପରିଦର୍ଶନ କରିଛନ୍ତି। ମୋହନ ଭାଗବତଙ୍କୁ ସ୍ୱାଗତ କରିବା ପାଇଁ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଗେଟ୍ ରେ ଉପସ୍ଥିତ ଥିଲେ ଏବଂ ମୋହନ ଭାଗବତ ପହଞ୍ଚିବା ମାତ୍ରେ ସେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

କୁହାଯାଉଛି ଯେ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ସମସ୍ତ ବଡ ଭିଆଇପିଙ୍କ ସହ ଏକ ଫଟୋସୁଟ୍ ଚାଲିଛି ଏବଂ ଏହା ଅଧୀନରେ ମୋହନ ଭାଗବତ ଆଜି ଅମ୍ବାନୀଙ୍କ ଘରେ ଆଣ୍ଟିଲିଆରେ ପହଞ୍ଚିଥିଲେ । ଏହି ବିବାହ ପାଇଁ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ଘରେ ପୁଣି ଥରେ ମେଗା ସେଲିବ୍ରେସନ ଆରମ୍ଭ ହେଉଛି । ଏହା ପୂର୍ବରୁ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ସେଲିବ୍ରେସନ ଖୁବ ଚର୍ଚ୍ଚାରେ ରହିଥିଲା । ଏବେ ସେମାନଙ୍କ ବିବାହ ଉତ୍ସବର ସମୟ ଆସିଛି।

ସୂଚନାଯୋଗ୍ୟ ଯେ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଆସନ୍ତା ଜୁଲାଇ ୧୨ ତାରିଖରେ ହେବ । ଏହା ପରେ ଜୁଲାଇ ୧୫୪ରେ ରିସେପ୍ସନ ହେବ । ଏଥିପାଇଁ ଏବେଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି ।

 

ସମ୍ବନ୍ଧିତ ଖବର