ବରଫଗଦାରୁ ମିଳିଲା ଏଭଳି ଏକ ଦେହାବଶେଷ, ବୈଜ୍ଞାନିକ ହୋଇଗଲେ ଆଶ୍ଚର୍ଯ୍ୟ

ମସ୍କୋ: ବରଫ ଗଦାରୁ ମିଳିଲା ୧୮ ହଜାର ବର୍ଷ ତଳର ଜୀବର ଦେହାବଶେଷ | ବଡ କଥା ଏହି ଦେହାବଶେଷ ଏକଦମ ସଂରକ୍ଷିତ ହୋଇରହିଛି | ଏହାର କୌଣସି ବି ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହୋଇନଥିବାବେଳେ ଏହାକୁ ଦେଖି ଖୋଦ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ମିଳିଥିବା ସୂଚନା ମୁତାବକ ଋଷର ଯାକୁସଚକରେ ବରଫ ଗଦା ସଫେଇ ଅଭିଯାନ ଚାଲିଥିଲା | ଏହି ସମୟରେ ବରଫ ଗଦାରୁ ଗୋଟିଏ ଜୀବର ଶରୀର ଉଦ୍ଧାର କରାଯାଇଥିଲା |

photo-The siberian times

ଋଷ ବୈଜ୍ଞାନିକ ଏହି ଜୀବର ଶରୀରକୁ କାର୍ବନ ଡେଟିଂ ଟେଷ୍ଟ କରାଯାଇଥିଲା | ଏଥିରୁ ଜଣାପଡିଥିଲା ଯେ ପାଖାପାଖି ୧୮ ହଜାର ବର୍ଷ ତଳୁ ଏହି ଜୀବଟି ବରଫ ଗଦା ଭିତରେ ଦାବି ରହିଯାଇଥିଲା |

ତେବେ ବର୍ତ୍ତମାନ ଯାଏଁ ଏହା କୁକୁରର ଛୁଆ ନା ଗଧିଆର ଛୁଆ ତାହା ସ୍ପଷ୍ଟ ହୋଇ ପାରିନାହିଁ | ଋଷ ବୈଜ୍ଞାନିକଙ୍କ ସହ ସ୍ୱିଡ଼େନ ବୈଜ୍ଞାନିକଙ୍କ କହିବା ମୁତାବକ ପରମାଫରୋଷ୍ଟ କାରଣରୁ ଏହି ଦେହାବଶେଷ ଏତେ ସମୟ ଯାଏଁ ସୁରକ୍ଷିତ ରହିପାରିଛି | ଯେତେବେଳେ କୌଣସି ଜୀବଜନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ଧରି ଶୂନ୍ୟ ତାପମାତ୍ରାରେ ରହିଥାଏ ତାହାକୁ ପରମାଫରୋଷ୍ଟ କୁହାଯାଇଥାଏ |

ସମ୍ବନ୍ଧିତ ଖବର