ଓସ୍କାର ସମାରୋହରେ ଶଶି କପୁର ଏବଂ ଶ୍ରୀଦେବୀଙ୍କୁ ସ୍ମରଣ

ଲସ୍‌ ଏଞ୍ଜେଲେସ୍‌: ଦିବଂଗତ ଭାରତୀୟ ଚଳଚ୍ଚିତ୍ର ତାରକା ଶଶି କପୁର ଏବଂ ଶ୍ରୀଦେବୀ ଆଜି ଅନୁଷ୍ଠିତ ହୋଇଥିବା ୯୦ତମ ଏକାଡେମି ଆଓ୍ଵାର୍ଡସ୍‌ର ମେମୋରିୟମ୍‌ ବିଭାଗରେ ସ୍ଥାନିତ ହୋଇଛନ୍ତି।

ଓସ୍କାରର ମେମୋରିୟମ୍‌ ବିଭାଗରେ ବର୍ଷକ ମଧ୍ୟରେ ପରଲୋକ ଗମନ କରିଥିବା ଅଭିନେତା/ଅଭିନେତ୍ରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥାଏ।
ବଲିଉଡ୍‌ ଚଳଚ୍ଚିତ୍ର ବ୍ୟତିରେକେ, ଶଶି କପୁର ‘ଦି ହାଉସ୍‌ ହୋଲ୍‌ଡର୍‌’, ‘ସେକ୍ସପିୟର୍‌ ଓ୍ଵାଲାଃ୩, ‘ଦି ଗୁରୁ’, ‘ବମ୍ବେ ଟ’କି’ ଏବଂ ‘ଇନ୍‌ କଷ୍ଟଡି’ ଭଳି ଚଳଚ୍ଚିତ୍ରରେ କାମ କରି ଆନ୍ତର୍ଜାତିକ ଚଳଚ୍ଚିତ୍ରରେ ଥିଲେ ଜଣେ ସକ୍ରିୟ ବ୍ୟକ୍ତିତ୍ୱ।

ଜନପ୍ରିୟା ଭାରତୀୟ ଅଭିନେତ୍ରୀ ଶ୍ରୀଦେବୀ ଫେବ୍ରୁଆରି ୨୪ ତାରିଖ ଦିନ ହଠାତ୍‌ ଦୁବାଇରେ ପରଲୋକ ଗମନ କରିଥିଲେ।

ଓସ୍କାର୍‌ ମେମୋରିୟମ୍‌ ବିଭାଗରେ ସ୍ଥାନିତ ହୋଇଥିବା ଅନ୍ୟାନ୍ୟ ବ୍ୟକ୍ତବିଷେଶ ହେଉଛନ୍ତି ଜେମ୍‌ସ୍‌ ବଣ୍ଡ୍‌ ଅଭିନେତା ରୋଜର୍‌ ମୁଉର୍‌, ମେରି ଗୋଲ୍‌ଡ୍‌ଗର୍ବ, ଜୋହାନ୍‌ ଜୋହାନ୍‌ସନ୍‌, ଜନ୍‌ ହର୍ଡ ଏବଂ ସାମ୍‌ ସେଫାର୍ଡ।

ସମ୍ବନ୍ଧିତ ଖବର