ଭୁଲ ପାର୍ଶ୍ବରେ ଆସୁଥିବା ବେଳେ ୨କାର୍ ମଧ୍ୟରେ ହେଲା ଦୁର୍ଘଟଣା, ୭ଜଣକର ଚାଲିଗଲା ଜୀବନ

ମୁମ୍ବାଇ: ଭୁଲ ପାର୍ଶ୍ବରେ ଆସୁଥିବା ବେଳେ ୨କାର୍ ମଧ୍ୟରେ ହେଲା ଦୁର୍ଘଟଣା। ଚାଲିଗଲା ୭ଜଣକର ଜୀବନ। ମୁମ୍ବାଇ-ନାଗପୁର ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା। ଗତ ରାତିରେ ଏହି ଘଟଣା ଘଟିଥିଲା। ଏକ ସ୍ବିପ୍ଟ ଡିଜାୟାର କାର ପେଟ୍ରୋଲ ଭରିବା ପରେ ଭୁଲ ପାର୍ଶ୍ବରେ ଆସୁଥିବା ଆସୁଥିଲା। ଏହି ସମୟରେ ସେ ସାମ୍ନାରୁ ଆସୁଥିବା ଏକ ଏରଟିଗା ଗାଡ଼ି ସହ ଧକ୍କା ଖାଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ, ଏରଟିଗା କାର୍ ପବନରେ ଉଡ଼ି କିଛି ଦୂରରେ ଯାଇ ପଡ଼ିଥିଲା। ଏହା ଫଳରେ ୬ଜଣକ ଜୀବନ ଚାଲିଯାଇଥିବା ଜଣାପଡ଼ିଛି।

ପୁଲିସର କହିବା ମୁତାବକ, ୨ଟି କାର୍ କ୍ଷତିଗ୍ରସ୍ତ ହୋଇଥିବା ସହ ୨ଟି କାରରେ ଥିବା ଲୋକେ ବାହରକୁ ଛିଟିକି ପଡ଼ିଥିଲେ। ତଳେ କଚାଡି ହୋଇ ପଡ଼ିବାରୁ ଘଟଣାସ୍ଥଳରେ ହିଁ ୭ଜଣକର ମୃତ୍ୟୁ ହୋଇଥିଲା। ଆମକୁ ଖବର ମିଳିବା ପରେ ଆମେ ଆସି ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ମୃତକ ଓ ୩ଜଣ ଆହତଙ୍କୁ ଡାକ୍ତରଖାନା ପଠାଇଥିଲୁ। ସ୍ବିପ୍ଟ ଡିଜାୟାରଟି ଭୁଲ ପାର୍ଶ୍ବରୁ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଛି। କ୍ରେନ ସାହାଯ୍ୟରେ ଏବେ ଆମେ କାରକୁ ରାସ୍ତାରୁ ହଟାଇ ଦେଇଛୁ।

ସମ୍ବନ୍ଧିତ ଖବର