ବିମାନରେ ସ୍ମୃତି ଇରାନି ନିଜର ପରିଚୟ ନିଜେ ପ୍ରିୟଙ୍କା ଗାନ୍ଧିଙ୍କୁ ଦେଇଥିଲେ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓ ପ୍ରିୟଙ୍କା ଗାନ୍ଧିଙ୍କର ପ୍ରଥମ ଦେଖା ସାକ୍ଷାତ ବିମାନ ହୋଇଥିଲା ବୋଲି ଖବର ମିଳିଛି। ସର୍ବଦା କଂଗ୍ରେସ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତିି, ‘ପ୍ରିୟଙ୍କା ଗାନ୍ଧିଙ୍କ ସହିତ ପାଖାପାଖି ୨ବର୍ଷ ହେବ ଏକ ବିମାନରେ ମୋର ସାକ୍ଷାତ ହୋଇଥିଲା। ସବୁଠାରୁ ଖାସ୍‌ କଥା ହେଉଛି ପ୍ରିୟଙ୍କା ଗାନ୍ଧିଙ୍କୁ ମୁଁ ନିଜର ପରିଚୟ ନିଜେ ଦେଇଥିଲି।’

ଏକ ଖବର କାଗଜରେ ସ୍ମୃତି ଇରାନି ସାକ୍ଷାତକାର ଦେଇ କହିଛନ୍ତି, ରାଜନୀତିରେ ନିର୍ବାଚନ ବେଳେ ଏମିତି କିଛି ଦଳ ଅଛନ୍ତି, ଯେଉଁମାନେ ମୋ ବାପା କିଏ ଆପଣମାନେ ଜାଣନ୍ତି, କହି ବିଜୟ ହାସଲ କରି ଆସିଛନ୍ତି। ଏମାନଙ୍କ ସାମନାରେ ବିଜେପି କାର୍ଯ୍ୟକର୍ତ୍ତା ହେବା ଅନୁସାରେ ଆମର କର୍ତ୍ତବ୍ୟ ହେଉଛି ନିରବ ଓ ବିନମ୍ର ରହିବା।

ସ୍ମୃତି ଇରାନି ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ଉପରେ ମିଠା ପରିହାସ କରି କହିଛନ୍ତି, ବିଜେପି ତାଙ୍କୁ ଶିଖାଇଛି ଯେ, କିଭଳି ଭାବେ ଲୋକମାନଙ୍କ ସାମ୍ନାରେ ବିନମ୍ର ରହିବା କଥା। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶିଖାଇଛନ୍ତି, ଯେ କେହିବି ଆପଣଙ୍କୁ ଯେଭଳି ବ୍ୟବହାର କରୁ ଆପଣମାନେ ତାଙ୍କୁ ବିନମ୍ରତା ସହ ତାକୁ ଗ୍ରହଣ କରିବା ଉଚିତ।

୨୦୧୪ରେ ହୋଇଥିବା ଲୋକସଭା ନିର୍ବାଚନ ବେଳେ ଆମେଥିରେ ପ୍ରିୟଙ୍କା ଗାନ୍ଧି ତାଙ୍କ ଭାଇ ତଥା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ, ସେହି ସମୟରେ ସ୍ମୃତି ଇରାନିଙ୍କ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ଏହି ପ୍ରଶ୍ନର ଉତ୍ତର ହାତରେ ଚୁଟକି ଦେବା ଅନ୍ଦାଜରେ କହିଥିଲେ, ସ୍ମୃତି ଇରାନି କିଏ, ମୁଁ ତାଙ୍କୁ ଜାଣି ନାହିଁ। ଏହାପରେ ସ୍ମୃତି ଇରାନି ଓ ପ୍ରିୟଙ୍କା ଗାନ୍ଧିଙ୍କ ସାକ୍ଷାତ ଏକ ବିମାନ ଯାତ୍ରା ସମୟରେ ହୋଇଥିଲା। ସେଠାରେ ସ୍ମୃତି ନିଜ ପରିଚୟ ନିଜେ ପ୍ରିୟଙ୍କା ଗାନ୍ଧିଙ୍କୁ ଦେଇଥିଲେ।

 

ସମ୍ବନ୍ଧିତ ଖବର