୨ଟି ହୋଟେଲ୍‌ ସମେତ ଯୋଶୀମଠର ଅନେକ ଅସୁରକ୍ଷିତ ଘର ଭଙ୍ଗା ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ‌ର ଯୋଶୀମଠ ଅଞ୍ଚଳକୁ ଚାମୋଲି ଜିଲ୍ଲା ପ୍ରଶାସନ ‘ବିପର୍ଯ୍ୟୟ ପ୍ରବଣ’ ଅଞ୍ଚଳ ଘୋଷଣା କରିବା କଥା ଆପଣ ଜାଣିଥିବେ। ସେଠାରେ ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ କିଛି ଅଞ୍ଚଳରେ ଥିବା ଘରକୁ ଅସୁରକ୍ଷିତ ଘୋଷଣା କରାଯାଇ ଏହି ଘରଗୁଡ଼ିକରେ ଲାଲ୍ ଛକି ମରାଯାଇଥିଲା। ଏବେ ସେହି ଘରଗଡ଼ିକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଯୋଶୀମଠର ‘ସିଙ୍କିଂ’ ସହରରେ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିପଦପୂର୍ଣ୍ଣ ମାଉଣ୍ଟ୍‌ ଭିୟୁ ଏବଂ ମଲାରି ଇନ୍‌ ହୋଟେଲ୍‌କୁ ଭଙ୍ଗାଯିବ ବୋଲି ସୂଚନା ରହିଛି।

 

ଏହି ଘରଭଙ୍ଗା କାର୍ଯ୍ୟ ସମୟରେ ନିକଟସ୍ଥ ଅଞ୍ଚଳରେ ଟ୍ରାଫିକ୍‌ ପୁଲିସ୍‌ ଟ୍ରାଫିକ୍‌ ଗତିବିଧି ଉପରେ ନଜର ରଖିବ। ଉତ୍ତରାଖଣ୍ଡ ପୁଲିସ୍‌ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ବେଳେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସଡିଆର୍‌ଏଫ୍‌) ଭଙ୍ଗା କାର୍ଯ୍ୟକୁ ସମୀକ୍ଷା କରିବ। ଅସୁରକ୍ଷିତ ଏବଂ ବଫର୍‌ ଜୋନ୍‌ ବୋଲି ଦର୍ଶାଯାଇଥିବା ବିଲ୍ଡିଂଗୁଡ଼ିକର ଭଙ୍ଗା କାର୍ଯ୍ୟ ଆଜି ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, କ୍ରମାଗତ ଭୂମି ଦବିଯାଉଥିବାରୁ ଉତ୍ତରାଖଣ୍ଡର ଯୋଶୀମଠ ନଗରୀରେ ଅନେକ ଘର ଫାଟିବା ଆରମ୍ଭ ହୋଇଛି। ଘର ଫାଟିବା ଯୋଗୁ ଅନେକ ପରିବାର ସ୍ଥାନୀୟ ଅଞ୍ଚଳ ଛାଡ଼ି ପଳାଇ ଯାଉଥିବା‌ ବେଳେ ଅନେକଙ୍କୁ ସରକାରୀ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ଫଟା ଘର ସବୁକୁ ମୁନିସ୍‌ପାଲିଟି ସର୍ଭେ କରୁଛି।

ସମ୍ବନ୍ଧିତ ଖବର