ଉଦ୍ଧବ ସିଏମ୍ ଚେହେରା ହେବେ ନାହିଁ: କିପରି ମୁଖ୍ୟମନ୍ତ୍ରୀ ଚୟନ କରାଯିବେ ସୂଚନା ଦେଲେ ଶରଦ ପାୱାର

ମୁମ୍ବାଇ: ଅକ୍ଟୋବର ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ? ଏ ବାବଦରେ ରାଜନୀତି ସରଗରମ ହେବାରେ ଲାଗିଛି। ଶରଦ ପାୱାର ଶନିବାର ଉଦ୍ଧବ ଠାକ‌ରେଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନ କରିବା ନେଇ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।

ମହା ବିକାଶ ଆଘାଡି (ଏମଭିଏ) ର ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଉଦ୍ଧବ ଠାକରେଙ୍କୁ ଗ୍ରହଣ କରିବାକୁ ଶରଦ ପାୱାର ମନା କରି ଦେଇଛନ୍ତି। ପାୱାର ମଧ୍ୟ ସମସ୍ତ ବାମପନ୍ଥୀ ଦଳକୁ ଏମଭିଏରେ ଅନ୍ତର୍ଭୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ଯଦି ମେଣ୍ଟ ୨୦୨୪ ରେ ବିଧାନସଭା ନିର୍ବାଚନରେ ​​ଜିତେ‌ ତେବେ କିପରି ମୁଖ୍ୟମନ୍ତ୍ରୀ ଚୟନ କରାଯିବ ସେନେଇ ଶରଦ ସୂଚନା ଦେଇଛନ୍ତି। କିଏ ମୁଖ୍ୟମନ୍ତ୍ରୀ ହେବେ ତାହା କିପରି ସ୍ଥିର ହେବ ସେସମ୍ପର୍କରେ ଶରଦ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଚେହେରା ନେଇ ଶରଦ ପାୱାର ମଡ଼ ମନ୍ତବ୍ୟ ଦେଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶିବସେନା (ୟୁବିଟି) ରେ ଚର୍ଚ୍ଚା ଚାଲିଛି ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମହା ବିକାଶ ଆଘାଡି (ଏମଭିଏ)ର ମୁଖ୍ୟମନ୍ତ୍ରୀ ରୂପେ ଆକଳନ କରାଯିବା ଉଚିତ୍। ସଞ୍ଜୟ ରାଉତ ଏହି ମନ୍ତବ୍ୟ ଦେଉଥିବାର ନଜର ଆସିଛନ୍ତି। ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ଶନିବାର ଦିନ କୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପ୍ରୋଜେକ୍ଟ କରିବାର ଧାରଣାକୁ ଖଣ୍ଡନ କରିଛନ୍ତି।

କୋହ୍ଲାପୁରର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶରଦ ପାୱାର କହିଛନ୍ତି ଆମର ମେଣ୍ଟ ଆମର ସାମୂହିକ ଚେହେରା। ଜଣେ ବ୍ୟକ୍ତି ଆମର ମୁଖ୍ୟମନ୍ତ୍ରୀ ପଦର ଚେହେରା ହୋଇପାରିବେ ନାହିଁ। ସାମୂହିକ ନେତୃତ୍ୱ ହେଉଛି ଆମର ସୂତ୍ର। ଆମର ୩ ସହଯୋଗୀ ଦଳ ମିଳିତ ଭାବେ ଏହି ନିଷ୍ପତ୍ତି ନେବେ ।

ମୋଦୀ ବିରୋଧୀ ଲୋକମାନେ ଏମଭିଏରେ ଯୋଗଦେବା ଉଚିତ୍ ବୋଲି ଶରଦ କହିଛନ୍ତି। ବାମପନ୍ଥୀ ଦଳ ଏବଂ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁକାବିଲା ପାଇଁ ମହା ବିକାଶ ଅଘାଡିରେ ଅନ୍ତର୍ଭୁକ୍ତ କରିବାକୁ ଶରଦ ପାୱାର ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ୨୦୨୪ ଲୋକସଭା ନିର୍ବାଚନ ସମୟରେ ପିଡବ୍ଲ୍ୟୁଡି (ଭାରତୀୟ କିସାନ ଏବଂ ଶ୍ରମିକ ପାର୍ଟି), ଆମ୍ ଆଦମୀ ପାର୍ଟି ଏବଂ କମ୍ୟୁନିଷ୍ଟ ଦଳ ଆମକୁ ସାହାଯ୍ୟ କରିଥିଲେ।

ଯଦିଓ ମିଳିତ ମଞ୍ଚରେ ୩ ଭାଗୀଦାରୀ ଅଛନ୍ତି, ଆମେ ଏଥିରେ ଏହି ସମସ୍ତ ଦଳଙ୍କୁ ଅନ୍ତର୍ଭୁକ୍ତ କରିବା ଉଚିତ୍। ମୋଦୀଙ୍କୁ ବିରୋଧ କରୁଥିବା ସମସ୍ତ ବ୍ୟକ୍ତି ମିଳିତ ମଞ୍ଚର ଅଂଶ ହେବା ଉଚିତ୍। ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ କୌଣସି ନିଷ୍ପତ୍ତି ଆଲୋଚନା ପରେ ଏବଂ ସମସ୍ତଙ୍କ ବିଶ୍ୱାସ ପରେ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର