ୟୁପି ବିଧାନସଭା ଉପ-ନିର୍ବାଚନ: ବିଜେପି ମନ୍ତ୍ରୀଙ୍କୁ ଗଡ଼ ବିଜୟ ଦାୟିତ୍ବ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନର ଫଳାଫଳ ପରେ ଏବେ ଗୋଟିଏ ପଟେ ପରାଜୟର କାରଣ ଉପରେ ବିଜେପି ମନ୍ଥନ କରୁଛି। ଅନ୍ୟପକ୍ଷରେ ଦଳକୁ ପୁଣି ଶକ୍ତିଶାଳୀ କରିବା ଉପରେ ଦଳର ଧ୍ୟାନ ରହିଛି। ରାଜ୍ୟରେ ଲୋକସଭା ନିର୍ବାଚନ ପରେ ୧୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଉପ-ନିର୍ବାଚନ ପାଇଁ ଦଳ ତିନି-ତିନି ଜଣ ପ୍ରାର୍ଥୀଙ୍କ ନାମର ଏକ ପ୍ୟାନେଲ୍ ପ୍ରସ୍ତୁତ କରାଯାଉଛି। ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କରିବେ।

କିନ୍ତୁ ପ୍ୟାନେଲରେ ବିଜେତା ହେବାର ସମ୍ଭାବନା ଅଧିକ ଥିବା ପ୍ରାର୍ଥୀ ଚୟନ କରାଯାଉଛି। ଏଭି ପ୍ରାର୍ଥୀଙ୍କୁ ଚୟନ କରାଯାଉଛି ଯେଉଁମାନଙ୍କୀ ବିଧାନସଭା ଆସନରେ ଦଳର ଭୋଟ୍ ସହିତ ତାଙ୍କର ନିଜର ଭୋଟ୍ ବ୍ୟାଙ୍କ ମଧ୍ୟ ଥିବ। ଏଥର ବିଜେପି ଲୋକସଭା ନିର୍ବାଚନ ଭଳି ଭୁଲ କରିବାକୁ ଚାହୁଁନାହିଁ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଉପ-ନିର୍ବାଚନ ବିଧାନସଭା ଆସନରେ ଯୋଗୀ ସରକାରଙ୍କ ମନ୍ତ୍ରୀଙ୍କର ଦଳ ନିୟୋଜିତ ହେଉଛନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅନେକ ମନ୍ତ୍ରୀଙ୍କୁ ସମ୍ପୃକ୍ତ ବିଧାନସଭା ଆସନକୁ ଯାଇ କାମ ଆରମ୍ଭ କରିବାକୁ କୁହାଯାଇଛି।

ବାସ୍ତବରେ ଲୋକସଭା ନିର୍ବାଚନରେ ​​ରାଜ୍ୟରେ ଆଉ ଏକ ସାମ୍ମୁଖ୍ୟ ଗଠନ କରାଯାଇଥିଲା। ଏହାର ନାମ ପିଡିଏମ ଅର୍ଥାତ୍ ପଛୁଆ, ଦଳିତ ଏବଂ ମୁସଲମାନ । ଏହାର ନେତୃତ୍ୱ ନେଉଥିଲେ ଆପନା ଦଳ କମେରାବାଦୀର ନେତା ପଲ୍ଲବୀ ପଟେଲ। ଏଥିରେ ଓୱାଇସିଙ୍କ ପାର୍ଟି ଏମଆଇଏମ ଏବଂ ପ୍ରଗତିଶୀଳ ମାନବ ସମାଜ ପାର୍ଟି ଅନ୍ତର୍ଭୁକ୍ତ ରହିଛି। ପଲ୍ଲବୀ ପଟେଲ ମଧ୍ୟ ଏଥର ଉପ-ନିର୍ବାଚନରେ ​​ପିଡିଏମ ମୋର୍ଚ୍ଚାର ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି।

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ ​​କ୍ୟାବିନେଟ ମନ୍ତ୍ରୀ ସ୍ବତନ୍ତ ଦେବ ସିଂ ଏବଂ ମନ୍ତ୍ରୀ ଆଶିଷ ପଟେଲଙ୍କୁ କଟେହରି ବିଧାନସଭା ଦାୟିତ୍ବ ଦିଆଯାଇଛି। ଏଥି ସହିତ ଶିଶାମାଉ ବିଧାନସଭାରା ଦାୟିତ୍ବ ମନ୍ତ୍ରୀ ସୁରେଶ ଖାନ୍ନାଙ୍କୁ ଦିଆଯାଇଛି। ସେହିପରି ମିଲ୍କିପୁର ବିଧାନସଭା ପାଇଁ ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହି, କରହଲ ବିଧାନସଭା ଆସନରେ ଜୟବୀର ସିଂ, ଫୁଲପୁର ବିଧାନସଭା ଆସନରେ ମନ୍ତ୍ରୀ ରାକେଶ ସଚ୍ଚନ, ମଜୱାନ ବିଧାନସଭା ଆସନରେ ମନ୍ତ୍ରୀ ଅନିଲ ରାଜଭାର, ଗାଜିଆବାଦ ବିଧାନସଭା ଆସନରେ ମନ୍ତ୍ରୀ ସୁନୀଲ ଶର୍ମା ଏବଂ ମେରାପୁର ବିଧାନସଭା ମନ୍ତ୍ରୀ ଅନିଲ କୁମାରଙ୍କୁ ଆରଏଲଡି କୋଟାରୁ ଏହି ଆସନ ଜିତିବାର ଦାୟିତ୍ବ ଦିଆଯାଇଛି।

ରାଜ୍ୟର କରହଲ, ମେରାପୁର, ଖୈର, ସିସାମାଉ, ଫୁଲପୁର, ମଜୱା, କୁଣ୍ଡାର୍କି, ଗାଜିଆବାଦ, କାଟେହରି ଏବଂ ମିଲ୍କିପୁର ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ୫ ଟି ବିଧାନସଭା ଆସନ ଏସପି ଏବଂ ୩ ସିଟ୍ ବିଜେପି ଜିତିଥିଲା। ଏହା ବ୍ୟତୀତ ଗୋଟିଏ ଆସନ ଆରଏଲଡି ଏବଂ ଗୋଟିଏ ଆସନ ନିଶାଦ ପାର୍ଟି ଜିତିଥିଲା।

ସମ୍ବନ୍ଧିତ ଖବର