ବିରାଟଙ୍କ ଧୂଆଁଧାର ବ୍ୟାଟିଂ: ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ୍

ବାର୍ବୋଡାସ୍: ଟି-୨୦ ବିଶ୍ୱକପର ଫାଇନାଲରେ ଶନିବାର ବାର୍ବୋଡାସ୍‌ର ବ୍ରିଜ୍‌ଟୋନର କେସିଙ୍ଗଟୋନ୍ ଓଭାଲରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୭ ୱିକେଟ ହରାଇ ୧୭୬ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ୍ ରହିଛି।

ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ୭୬ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିବାବେଳେ ରୋହିତ ଶର୍ମା ୯ ରନ୍ କରିଥିଲେ।

ଋଷଭ ପନ୍ତ ଶୂନ ରନ୍ କରିଥିବାବେଳେ, ସୂର୍ଯ୍ୟକୁମାର ଯାଦବ ୩ ରନ୍ , ଅକ୍ଷର ପଟେଲ ୪୭ ରନ୍ , ଶିବମ ଦୁବେ ୨୭ ରନ୍ , ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ୍, ରବିନ୍ଦ୍ର ଜାଡେଜା ୨ ରନ୍ କରିଥିଲେ।

ସମ୍ବନ୍ଧିତ ଖବର